ଭାଲୁମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପତାକା ଉତ୍ତୋଳନ କଲେ ଭୁବନେଶ୍ୱର ମେହେର

ସାଧାରଣତନ୍ତ୍ର ଦିବସ. ଆମ ରାଷ୍ଟ୍ର ଉଦେଶ୍ୟରେ ରାଷ୍ଟ୍ରୀୟ ପର୍ବ | ଏହା କ୍ୟାଲେଣ୍ଡର ର ଏକ ସାଧାରଣ ତାରିଖ ନୁହେଁ ଏହା ଏପରି ଏକ ଦିନ ଯେଉଁଦିନ ଆମ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା |ବ୍ରିଟିଶ ସମ୍ବିଧାନ ର ଅବଶାରଣ ହୋଇ ଭାରତ ଏକ ସାର୍ବଭୌମ୍ୟତ୍ତ୍ୱ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଲିଖିତ ସାମ୍ବିଧାନିକ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲା | ଆଜି ଆମ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟ ଏହି ଦିନକୁ ଗୌରବର ସହ ପାଳନ କରୁଥିବା ବେଳେ ବଲାଙ୍ଗୀର ସହର ଆଜି ଜୟ ହିନ୍ଦ ଧ୍ଵନି ରେ ପ୍ରକମ୍ପିତ | ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜିର ଏହି ଗୌରବମୟ ଦିନକୁ ଛାତ୍ରଛାତ୍ରୀ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବେଶ ଧୂମଧାମ ରେ ପାଳନ କରିଥିଲେ | ବିଦ୍ୟାଳୟର ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ଭୁବନେଶ୍ୱର ମେହେର ନିଜର କରକମଳ ରେ ପତାକା ଉତ୍ତୋଳନ କରିଥିଲେ | ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ପ୍ୟାରେଡ କାର୍ଯ୍ୟକ୍ରମ ହୋଇଥିଲା | କୁନି କୁନି ପିଲାଙ୍କ ହାତରେ ତ୍ରିରଙ୍ଗା ଏବଂ ମୁଖରେ ଜାତୀୟ ସଂଗୀତ ର ଧ୍ଵନି ରେ ସାରା ଅଂଚଳ ପ୍ରକମ୍ପିତ ହୋଇଥିଲା | ପରେ ଭୁବନେଶ୍ୱର ମେହେର ଙ୍କ ସମେତ ସମସ୍ତ ବିଜ୍ଞ ଅତିଥି, ଏବଂ ଶିକ୍ଷକ ବୃନ୍ଦ ଙ୍କ ଉପସ୍ଥିତି ରେ ଏକ ସଭା ଆୟୋଜିତ ହୋଇଥିଲା | ଉକ୍ତ ସଭାରେ ସମ୍ବିଧାନର ପ୍ରଣୟତା ଡ଼. ଭୀମ ରାଓ ଆମ୍ବେଦକର ଙ୍କ ସମେତ ଯେଉଁ ମହାପୁରୁଷ ମାନଙ୍କ ପାଇଁ ଆମେ ଏପରି ମହାନ ଦିନକୁ ପାଳନ କରୁଛୁ ତାଙ୍କୁ ସ୍ମରଣ କରି ସଭା ଶେଷ କରାଯାଇଥିଲା | ସଭା ଶେଷରେ ଭୁବନେଶ୍ୱର ମେହେରଙ୍କ ଦେଶ ପାଇଁ ଉଦବୋଧନମୂଳକ ବକ୍ତବ୍ୟ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଦେଶ ସେବା ନିମନ୍ତେ ଅନୁପ୍ରାଣିତ କରିଥିଲା | ଶେଷରେ ଅନ୍ୟ ବ୍ୟକ୍ତି ବିଶେଷଙ୍କ ଭାଷଣ ସହ ଛାତ୍ରଛାତ୍ରୀ ଙ୍କ ଦେଶତ୍ମବୋଧକ ସଂଗୀତ ରେ ନୃତ୍ୟ ସଂଗୀତ ଦ୍ୱାର ସଭା ପରିସମାପ୍ତି ହୋଇଥିଲା |

Leave a Reply

Your email address will not be published. Required fields are marked *