ରାଜ୍ୟ ସ୍ତରୀୟ ଚକାଆଖି କପ ସେମି ଫାଇନାଲ ରେ ଭୁବନେଶ୍ୱର ବିଜୟୀ

ଧର୍ମଶାଳା — ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସହାଣିଡିହ ପଂଚାୟତ ରାମଚନ୍ଦ୍ରପୁର ଗ୍ରାମ ଚକାଆଖି ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ହୋଇଯାଇଥିବା 2ୟ ସେମିଫାଇନାଲ ଆସୁ 11ରାଉଲକେଲା ଓ ବାପୁଜୀ ସ୍ପୋର୍ଟିଙ୍ଗ କ୍ଲବ ଭୁବନେଶ୍ୱର ମଧ୍ୟରେ ହୋଇଥିଲା. ବାପୁଜୀ ସ୍ପୋର୍ଟିଙ୍ଗ ସ୍ପୋର୍ଟିଙ୍ଗ ଟସ ଜିତି ବ୍ୟାଟିଂ ର ନିଷ୍ପତି ନେଇଥିଲା 20ଓଭର ରେ 7ଉଇକେଟ 284ରନ ସଂଗ୍ରହ କରିଥିବା ବେଳେ ଆସୁ 11ରାଉଲକେଲା 13.4ବଲ ରେ 150ରନ କରି ଅଲଆଉଟ ହୋଇଯାଇଥିଲା. ବାପୁଜୀ ସ୍ପୋର୍ଟିଙ୍ଗ ଭୁବନେଶ୍ୱର ର ଜୟନ୍ତ କେଵର୍ଟ 28ବଲ ରେ 84ରନ କରି ମ୍ୟାନ ଅପ ଦି ମ୍ୟାଚ ପୁରସ୍କାର ବିଶିଷ୍ଟ ସମାଜ ସେବୀ ବାଇଧର ପ୍ରଧାନଙ୍କ ଠାରୁ ଗ୍ରହଣ କରିଥିଲେ. ଦୁଇ ଅମ୍ପେୟାର ଆଶୁତୋଷ ପାଣି ଦୁଜେଦ୍ର ଘୋଷ ଓ ସ୍କୋରର ଜନ କରଣ ଅନଲାଇନ ସ୍କୋରର ଆଶୁତୋଷ ଅମନ ଖେଳପରିଚାଳନା ରେ ମୁଖ୍ୟ ଉପଦେଷ୍ଟା ସରୋଜ ରାଉତ ଅର୍ଜୁନ କରଣ କୁଶ ରାଉତ ଭୋଳାନାଥ ସାହୁ ମକରନ୍ଦ ସ୍ୱାଇଁ ବଲ୍ଲଭ ଅନିରୁଦ୍ଧ ସୁବାସ ସୁଶାନ୍ତ ଆଲୋକ ଚନ୍ଦନ ଅନିଲ ରିଙ୍କୁ ଚିକୁ ବୁବୁନା ଆମ୍ବୁଜ ତପି ସିବୁନି ସିପୁ ଚିକୁନୁ ଲିକୁନ ରୋହିତ ଅନେକ ସଦସ୍ୟ ସହଯୋଗ କରିଥିଲେ l ଆସନ୍ତା 14ତାରିଖ ରେ ବାପୁଜୀ ସ୍ପୋର୍ଟିଙ୍ଗ ଭୁବନେଶ୍ୱର ଓ ୟୁନିଅନ ସ୍ପୋର୍ଟିଙ୍ଗ କଟକ ମଧ୍ୟରେ ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l

Leave a Reply

Your email address will not be published. Required fields are marked *