୭୧-ନୂଆପଡା ଉପନିର୍ବାଚନ-୨୦୨୫

୭୧-ନୂଆପଡା ଉପନିର୍ବାଚନ-୨୦୨୫
ଶାନ୍ତିଶୃଙ୍ଖଳାର ସହିତ ଶେଷ ହେଲା ଭୋଟ ଗଣତି, କୃତଜ୍ଞତା ଜଣାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର, ତା ୧୪ .୧୧ .୨୦୨୫:- ୭୧–ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା, ପାରଦର୍ଶୀ ଓ ସ୍ୱଚ୍ଛତାର ସହିତ ସମ୍ପନ୍ନ ହୋଇଛି । ନିର୍ଦ୍ଧାରିତ ୨୯ ରାଉଣ୍ଡ (ଇଭିଏମ ଏବଂ ପୋଷ୍ଟାଲ ବାଲାଟ) ଗଣତି ଶେଷ ପରେ ଭାରତୀୟ ଜନତା ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ମୋଟ ୧,୨୩,୮୬୯ ଭୋଟ ପାଇ ପ୍ରଥମ ସ୍ଥାନରେ ରହିଛନ୍ତି ।
ଭୋଟଗଣନା ଶାନ୍ତିଶୃଙ୍ଖଳା ଏବଂ ବାଧାବିଘ୍ନ ବିନା ସମ୍ପୂର୍ଣ୍ଣ ସଫଳତାର ସହିତ ସମ୍ପନ୍ନ ହୋଇଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଶ୍ରୀ ଆର୍. ଏସ୍. ଗୋପାଳନ (ଭା.ପ୍ର.ସେ) ସମସ୍ତ ପର୍ଯ୍ୟବେକ୍ଷକ, ଜ଼ିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଙ୍ଗ ଅଫିସର ସମେତ ଗଣତିରେ ନିୟୋଜିତ ଅଧିକାରୀ/କର୍ମଚାରୀ ଓ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ପୋଲିସ ଅଧିକାରୀ/କର୍ମଚାରୀଙ୍କ ନିଷ୍ଠାପର ଓ ପାରଦର୍ଶୀ ଉଦ୍ୟମର ଉଚ୍ଚ ପ୍ରଶଂସା କରିବା ସହିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ମଧ୍ୟ ପ୍ରାର୍ଥୀ, ପ୍ରାର୍ଥୀଙ୍କ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ସର୍ବୋପରି ମତଦାତାଙ୍କୁ ସମସ୍ତ ସହଯୋଗ ପାଇଁ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *