ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ ।

ଭୁବନେଶ୍ୱର, ୨୮ ମାର୍ଚ୍ଚ ୨୦୨୬:ଦୂରଗାମୀ ରେଳ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବ ଦୁଇଟି ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍।ଟ୍ରେନ୍ ନମ୍ବର ୧୮୦୬୩ ସାନ୍ତ୍ରାଗାଛି-ୟାଲାହାଙ୍କା ଏସି ଏକ୍ସପ୍ରେସ୍ ୨ ଏପ୍ରିଲ ୨୦୨୬ ରୁ ପ୍ରତି ଗୁରୁବାର ଦିନ ୧୨:୫୦ ରେ ସାନ୍ତ୍ରାଗାଛିରୁ ଛାଡ଼ିବ ଏବଂ ଶନିବାର ଦିନ ରାତି ୧୨ :୨୦ ରେ ୟାଲାହାଙ୍କାରେ ପହଞ୍ଚିବ।ଫେରିବା ଦିଗରେ, ଟ୍ରେନ ନମ୍ବର ୧୮୦୬୪ ୟାଲାହାଙ୍କା – ସାନ୍ତ୍ରାଗାଛି ଏସି ଏକ୍ସପ୍ରେସ ୪ ଏପ୍ରିଲ ୨୦୨୬ ଠାରୁ ପ୍ରତି ଶନିବାର ୟାଲାହାଙ୍କାରୁ ଭୋର ୦୪:୫୦ ରେ ଛାଡିବ ଏବଂ ରବିବାର ସନ୍ଧ୍ୟା ୫ ଟାରେ ସାନ୍ତ୍ରାଗାଛିରେ ପହଞ୍ଚିବ।ଯାତ୍ରା ସମୟରେ, ଟ୍ରେନଟି ପୂର୍ବ ତଟ ରେଳପଥ କ୍ଷେତ୍ରାଧିକାର ଅନ୍ତର୍ଗତ ପ୍ରମୁଖ ଷ୍ଟେସନଗୁଡ଼ିକ ଦେଇ ଯିବ, ଯଥା ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, କୋଟ୍ଟାଭାଲସା, ପେଣ୍ଡୁର୍ଟି ଏବଂ ଦୁଭାଡା ଇତ୍ୟାଦି।ଟ୍ରେନ ନମ୍ବର ୧୮୦୪୧ ଶାଲିମାର–ଏମଜିଆର ଚେନ୍ନାଇ ଏକ୍ସପ୍ରେସ୍ ୬ ଏପ୍ରିଲ ୨୦୨୬ ଠାରୁ ପ୍ରତି ସୋମବାର ଅପରାହ୍ନ ୨:୪୫ ରେ ଶାଲିମାରରୁ ଛାଡିବ ଏବଂ ମଙ୍ଗଳବାର ସନ୍ଧ୍ୟା ୬:୪୫ ରେ ଏମଜିଆର ଚେନ୍ନାଇରେ ପହଞ୍ଚିବ।ଫେରିବା ଦିଗରେ, ଟ୍ରେନ ନମ୍ବର ୧୮୦୪୨ ଏମଜିଆର ଚେନ୍ନାଇ-ଶାଲିମାର ଏକ୍ସପ୍ରେସ୍ ୭ ଏପ୍ରିଲ ୨୦୨୬ ଠାରୁ ପ୍ରତି ମଙ୍ଗଳବାର ସନ୍ଧ୍ୟା ୬:୪୫ ରେ ଏମଜିଆର ଚେନ୍ନାଇରୁ ଛାଡିବ ଏବଂ ଗୁରୁବାର ଭୋର ୪:୦୦ ରେ ଶାଲିମାରରେ ପହଞ୍ଚିବ।ଯାତ୍ରା ସମୟରେ, ଟ୍ରେନଟି ପୂର୍ବ ତଟ ରେଳବାଇ କ୍ଷେତ୍ରାଧିକାର ଅନ୍ତର୍ଗତ ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଦେଇ ଗତି କରିବ, ଯେପରିକି ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ବିଜୟନଗରମ୍ ଏବଂ ଦୁଭାଡା ଇତ୍ୟାଦି।ଏହି ନୂତନ ସେବାଗୁଡ଼ିକ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ମଧ୍ୟରେ ଯୋଗାଯୋଗରେ ଉଲ୍ଲେଖନୀୟ ଉନ୍ନତି ଆଣିବ, ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ବିକଳ୍ପ ଏବଂ ଅଧିକ ସୁବିଧା ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *