-ଘନ ଘନ ବିଦ୍ୟୁତ କାଟ ପାଇଁ ରାସ୍ତା ରୋକ ଭଞ୍ଜନଗର -ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ନିଧିଆପଲ୍ଲୀ ଗାଁ ରେ ରାସ୍ତା ରୋକ।ହାତୀପଲ୍ଲ ଚଳପ୍ରଚଳ କରୁଥିବାରୁ ଏକ ସପ୍ତାହ ଧରି ରାତି ହେଲେ ହେଉଛି ବିଦ୍ୟୁତ କାଟ।ଯାହାକୁ ନେଇ ତାତିଲେ ଲୋକେ। ଗାଁ ର ଶତାଧିକ ମହିଳା ଜାତୀୟ ରାଜପଥ କୁ ଓଲ୍ହାଇ ରାସ୍ତା ରୋକ କରିଛନ୍ତି।ଭଞ୍ଜନଗର – ଫୁଲବାଣୀ ସଂଯୋଗ କରୁଥିବା ଜାତୀୟ ରାଜପଥକୁ ଅବରୋଧ କରିଥିବାରୁ ଉଭୟ ପଟୁ ବହୁ ଯାନ ବାହାନ ଅଟକି ରହିଛି ଫଳରେ ଏକ ଘଣ୍ଟା ଧରି ଯାତାୟାତ ବନ୍ଦ ରହିଛି। ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ରିପୋର୍ଟ -ଶିବ ଶଙ୍କର ପ୍ରଧାନ

Leave a Reply

Your email address will not be published. Required fields are marked *