Big breaking
ପୁରୁ:-25/06/2025
Big breaking
ଅବକାରୀ ଅଧୀକ୍ଷକ ଶ୍ରୀ ସାମଲଙ୍କ ସୂଚନା ଅନୁସାରେ ପୁରୀ ସହର ଓ ସହର ନିକଟବର୍ତ୍ତୀ ଅଞ୍ଚଳରେ ୧୯ଟି ଠିପି ବନ୍ଦ, ୧୨ଟି ଠିପି ଖୋଲା ଓ ୬ଟି ଲାଇସେନ୍ସ ପ୍ରାପ୍ତ ଭାଙ୍ଗ ଦୋକାନ ରହିଛି । ରଥଯାତ୍ରା ପୂର୍ବଦିନ ଅର୍ଥାତ୍ ଜୁନ୍ ୨୬ ତାରିଖ ଅପରାହ୍ନ ୪ଟାରୁ ୨୭ ତାରିଖ ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରହିବ । ସେହିଭଳି ବାହୁଡ଼ାଯାତ୍ରା ପୂର୍ବଦିନ ଜୁଲାଇ ୪ ତାରିଖ ଅପରାହ୍ନ ୪ଟାରୁ ୫ ତାରିଖ ବାହୁଡା ଯାତ୍ରା ଓ ୬ ତାରିଖ ସୁନାବେଶ ଦିନ ଏହି ସମସ୍ତ ଦୋକାନ ଓ ବାର୍ ବନ୍ଦ ରହିବ । ଶ୍ରୀକ୍ଷେତ୍ର ସମେତ ସହର ନିକଟବର୍ତ୍ତୀ ଚନ୍ଦନପୁର, ଜାନକାଦେଇପୁର ଓ ବଳିଆପଣ୍ଡା ରୟାଲ ପ୍ୟାଲେସ ରେଷ୍ଟୁରାଣ୍ଟ ଏବଂ ତୋଷାଳିସ୍ୟାଣ୍ଡ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି । ପ୍ରଶାସନର କଟକଣା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍ କରି ଚୋରା ନିଶା ବେପାରୀ ଅଗ୍ରୀମ ମଦ କିଣି ଏବେଠାରୁ ଠୁଳ କରିବା ଆରମ୍ଭ କରି ଦେଲେଣି । ବିଶେଷ ଭାବେ ସହରର ପେଣ୍ଠକଟା, ଅଠରନଳା, ସ୍ୱର୍ଗଦ୍ୱାର, ତାଳବଣିଆ ଓ ବଡ଼ଦାଣ୍ଡ ନିକଟ କିଛି ଗଳିକନ୍ଦିରେ ବିଦେଶୀ ମଦ କାରବାର ଜାରି ରହିଛି । ନିକଟରେ ରହିଥିବା ସରକାରୀ ମଦ ଦୋକାନ ଅତିରିକ୍ତ କୋଟା ଉଠାଇ ଏସବୁକୁ ବିପୁଳ ପରିମାଣରେ ଚୋରା ବେପାରୀଙ୍କୁ ବେଆଇନ୍ ଭାବେ ଯୋଗାଇ ଦେଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି।ସେପଟେ କୋଣାର୍କ, ଗୋପ, ଛଇତନା ଆଦି ସ୍ଥାନରେ ମଦ ଦୋକାନ ଖୋଲା ରହିବାକୁ ନେଇ ଚିନ୍ତାରେ ରହିଛନ୍ତି ଅଞ୍ଚଳ ବାସିନ୍ଦା। ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଆକର୍ଷଣକରି ରଥଯାତ୍ରା ପାଇଁ ବନ୍ଦ କରିବାକୁ ଦାବି କରିଛନ୍ତି କୋଣାର୍କ ,ଗୋପ,ଛଇତନା ବାସିନ୍ଦା।
