ବିଶାଳ ଭବ୍ୟ ହିନ୍ଦୁସମ୍ମିଳନୀ ଅନୁଷ୍ଠିତ
ରଘୁନାଥପୁର:- ତା୧୭/୨:-ରଘୁନାଥପୁର ବ୍ଲକ ନିକଟସ୍ଥ ସିର୍ଲୋ ଠାରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏଠାରେ ଉଲ୍ଲେଖ ଥାଉ କି ହିନ୍ଦୁ ଧର୍ମ ଦୁର୍ବଳ କରିବା ପାଇଁ ବର୍ତମାନ ସମୟରେ ବିଭିନ୍ନ ପ୍ରକାର କୁଚକ୍ରାନ୍ତ ଚାଲିଥିବା ଦେଖାଯାଇଛି।ଉଗ୍ରଆଧୁନିକତା ନାମରେ ବିଦେଶୀ ବିଚାରଧାରାକୁ ଅନୁସରଣ କରିବା ଫଳରଜଖାଦ୍ୟ,ବସ୍ତ୍ର,ବ୍ୟବହାର, ବିଚାରଧାରା,ସଂସ୍କୃତି,ପରମ୍ପରା,ଜୀବନଶୈଳୀ ଓ ସାମୁହିକ ଓ ପାରିବାରିକ ଏକତା କ୍ରମେ କ୍ଷୀଣ ହେବାରେ
ଲାଗିଛିଏହି ପରିପ୍ରେକ୍ଷିତାରେ ଜାତିଭେଦଭାବକୁ ପଛେ ରଖି ମଙ୍ଗଳବାର ରଘୁନାଥପୁର ନିକଟ ସିର୍ଲୋ ଠାରେ ଏକ ବିଶାଳ ଭବ୍ୟ ହିନ୍ଦୁ ସମିଳନୀ ଉନୁଷ୍ଠିତ ହୋଇଯାଇଛି। ଏହି ସମିଳନୀ ରେ ଅନ୍ତରାଷ୍ଟ୍ରିୟ କ୍ରିୟା ଯୋଗ ଆଶ୍ରମର ପ୍ରଜ୍ଞାନ ମିଶସନର ପୂଜାନନ୍ଦ ଗିରି ମହାରାଜ,ସ୍ଵାମି କ୍ରିଷ୍ଣାନନ୍ଦ ଗିରି ମହାରାଜ,ସମାଜସେବୀ ସାଧୁବଟ ଆବାସିକ ବିଦ୍ୟାଳୟ ର ସମ୍ପାଦକ ସୁଧାକର ମାଦେଳୀ,ନିଳାଚଳ ଆଶ୍ରମର ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ,ରାମଚରିତ ମାନସର ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀବତ୍ସ ଦାସ ମହାରାଜ,କଳ୍ପତରୁ ଆଶ୍ରମର ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ,ସିର୍ଲୋ ଦେବୀପୂଜକ ରଜଂନ ଚକ୍ରବର୍ତ୍ତୀ,ରାଷ୍ଟ୍ରୀୟ ସ୍ଵୟଂଗସେବକ ସଂଘ ର ବଳରାମ ଦାସ,ଲଲିତ ମୋହନ ପ୍ରଧାନ ପ୍ରମୁଖ ଯୋଗଦେଇ ଅବକ୍ଷୟମୁଖୀ ହିନ୍ଦୁତ୍ୱ କୁ କିପରି ମଜବୁତ କରାଯାଇପାରିବ ସେମ୍ପର୍କରେ ଆଲୋକପାତ କରିଥିଲେ।ଏଥିରେ ମଞ୍ଚପରିଚାଳନା କରିଥିଲେ ବରିଷ୍ଠ ସ୍ତମ୍ଭକାର ପ୍ରତିପ୍ତ କୁମାର ଆଚାର୍ଯ୍ୟ। ଏହି ଅବସରରେ ସୂର୍ଯ୍ୟପୂଜା,ଗୋପୂଜା,ହନୁମାନ ଚାଳିଶା ପାଠକରାଯିବା ସହ ସହିଦ କୣଷ୍ଣଚନ୍ଦ୍ର ମା କେସି ସାହୁ,ସଫଳଉଦ୍ୟେଗି,ସମାଜସେବୀ, ସାମ୍ବାଦିକ ଙ୍କୁ ସମ୍ପର୍ଦ୍ଧିତ କରାଯାଇଥିଲା।ହନୁମାନ ଚାଳିଶା ରେ କର୍ତ୍ତା ଭାବେ ବୈଷ୍ଣବ ଚରଣ ଗାୟା ରହିଥିବାବେଳେ ପୂଜକଭାବେ ପଣ୍ଡିତ ଜଗନ୍ନାଥ ଆଚାର୍ଯ୍ୟ,ଜ୍ୟୋତିଶଙ୍କର ଚଇନ ଓ ହେମନ୍ତ ବାବା ଦାୟିତ୍ୱ ନିଭାଇଥିଲେ।ଖଣ୍ଡସଂଯୋଜକ କାମାକ୍ଷା ପ୍ରସାଦ ଦାଶ,ମଣ୍ଡଳ ସଂଯୋଜକ ତପନ ନାୟକ,ପବିତ୍ର କୁମାର ଦାଶ,ଦୁଲାଲ ଭୋଇ,ଚନ୍ଦନ ସେନାପତି ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।
