ରାୟଗଡା ପୋଲିସକୁ ବଡ଼ ସଫଳତା ୧୦ଟି ଚୋରି ମୋଟର ସାଇକେଲ ଜବତ

ରାୟଗଡା , ୨୬ ମାର୍ଚ୍ଚରେ ରାତ୍ର ସମୟରେ ଅମଳାଉଟ୍ଟାଛକଠାରେ ଚାନ୍ଦିଲି ଥାନା ପକ୍ଷରୁ ଏ ଏସ ଆଇ ଶିବରାମ ସ୍ୱାଇଁଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗରେ ମୋଟର ଗାଡି ଧର ପଗଡ ଚାଲିଥିବାବେଳେ ଓଡ଼ି ୧୮ସି ୮୨୫୬ ମୋଟର ସାଇକେଲର କାଗଜ ପତ୍ର ଯାଞ୍ଚ କରିଥିଲେ । ଗାଡିରେ ଆସିଥିବା ଦୁଇ ଯୁବକ ସହଦେଵ ମଣ୍ଡାଙ୍ଗି ରହିଥିବା ବେଳେ ଅନ୍ୟ ଯୁବକ ଅର୍ଜୁ ପିଡ଼ିକା ଛୁ ମାରିଥିଲା । ସହଦେଵ ମାଣ୍ଡାଙ୍ଗି କୌଣସି କାଗଜ ପତ୍ର ଦେଖାଇ ପାରିନଥିଲେ । ଅନୁସନ୍ଧାନ କରି ପୋଲିସ ଜାଣିବାକୁ ପାଇଲା ଏକ ନକଲି ଗାଡ଼ି ନମ୍ବର ଲଗାଇ ଏହି ଗାଡ଼ି ଚାଲିଥିଲା ।ଗାଡ଼ିର ଅସଲି ନମ୍ବର ୧୮ଏଫ୍୩୬୬୯ ଓ ଏହି ଗାଡିର ମାଲିକ ହୁଇକା ମଙ୍ଗଳୁ । ତାଙ୍କ ଘର କେ ମାଳି ଗାଁ । ତାଙ୍କ ଗାଡ଼ିଟି ଫେବୃଆରୀ ମାସରେ ଚୋରି ହୋଇଥିବା ସେ ଅଭିଯୋଗ କରିଥିଲେ । ଚାନ୍ଦିଲି ଥାନା କେସ ନଂ ୯୧/୨୦୨୫ ଅନୁଯାୟୀ ଶେଷଖାଲ, ରାୟଗଡା ଓ ଚାନ୍ଦିଲି ଥାନାର ଅଧିକାରୀଙ୍କୁ ନେଇ ଏକ ତଦନ୍ତ ଦଳ ଗଠନ କରାଯାଇଥିଲା । ପୋଲିସ ତଦନ୍ତରୁ ଜଣାପଡିଲାକି ଅର୍କୁ ପିଡିକା ଓ ସହଦେବ ମାଣ୍ଡାଙ୍ଗିଙ୍କ ଘର ଶେଷ ଖାଲ ଥାନା ଅନ୍ତର୍ଗତ କାଞ୍ଚମାଇ ଏବ ଗାଣ୍ଡବାଳସା ଗ୍ରାମରେ । ସେମାନଙ୍କ ଠାରୁ ୧୦ଟି ହିରୋ କମ୍ପାନୀର ଚୋରା ମୋଟର ସାଇକେଲ ଜବତ କରାଯାଇଛି । ସେଥି ମଧ୍ୟରୁ ରାୟଗଡା ଥାନାର ୩ଟି, ଚାନ୍ଦିଲି ଥାନାର୩ଟି ଓ ଶେଷଖାଲ ଥାନାର ୨ଟି ବୋଲି ଜଣା ପଡ଼ିଛି । ଅନ୍ୟ ଗାଡ଼ିର ଅନୁସନ୍ଧାନ ଜାରି ରହିଛି । ଏହି ଚୋରିରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି । ଚାନ୍ଦିଲି ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଏସ ଡି ପି ଓ ତିନି ଥାନାର ଅଧିକାରୀ ଉପସ୍ଥିତିରେ ଏହି ସୂଚନା ଦିଆଯାଇଛି ।

ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *