ପୋଲିସର_ବଡ଼_ସଫଳତା

#, ୧ ମାସ ଭିତରେ ୧୧ ଅଭିଯୁକ୍ତ ଗିରଫଭଦ୍ରକ ସହରାଞ୍ଚଳରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପ ବିଶେଷକରି ଡ୍ରଗ୍ସ କାରବାର ବିରୋଧରେ ଟାଉନ୍ ପୋଲିସର ସ୍ପେସାଲ ଡ୍ରାଇଭ୍ | ଆରକ୍ଷୀ ଅଧିକ୍ଷକ ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଟାଉନ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ବରେ ସହରାଞ୍ଚଳରେ ବ୍ରାଉନସୁଗାର ବୀରୋଧରେ ଚାଲିଛି ସ୍ପେସାଲ ଡ୍ରାଇଭ୍ | ଚଳିତ ମାସ ପ୍ରାରମ୍ଭରୁ ଏଯାବତ ଧଳା ଜହର ଅର୍ଥାତ ଡ୍ରଗ୍ସ କାରବାର ଉପରେ ଟାଉନ ପୋଲିସକୁ ମିଳିଛି ବଡ଼ ସଫଳତା | ଚଳିତ ମାସ ଆଜି ସୁଦ୍ଧା ବିଭିନ୍ନ ସ୍ଥାନରେ ରେଡ କରି ଡ୍ରଗ୍ସ କାରବାରରେ ଲିପ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ | ଏଥିସହ ସେମାନଙ୍କ ନିକଟରୁ ୬୦ ଗ୍ରାମ ବ୍ରାଉନ ସୁଗାର ସହ ବାଇକ୍ ଜବତ ହୋଇଛି | ତେବେ ଆଗାମୀ ଦିନରେ ମଧ୍ୟ ବ୍ରାଉନସୁଗାର କାରବାର ବିରୋଧରେ ପୋଲିସର ବିଶେଷ ଦୃଷ୍ଟି ରହିବ ବୋଲି କହିଛନ୍ତି ଥାନାଧିକାରୀ ପ୍ରଭାଂଶୁ ମିଶ୍ର |

Leave a Reply

Your email address will not be published. Required fields are marked *