ଜାଗର ପୂର୍ବରୁ କପିଳାସରେ ବଡ଼ ଅଘଟଣ

ଢେଙ୍କାନାଳ ଜିଲ୍ଲାର କପିଳାଶ ଠାରେ ଉଠା ଦୋକାନୀ ଉପରେ ଚଢିଗଲା ପୋଲିସ୍ ବସ୍ ୭ରୁ ଉର୍ଦ୍ଧଆହାତ୨ଗୁରୁତର ,ଘଟଣାସ୍ଥଳରେ ଉତ୍ତେଜନା ଢେଙ୍କାନାଳ ମେଡିକାଲରେ ଭର୍ତ୍ତି । ଢେଙ୍କାନାଳରେ ପ୍ରସିଦ୍ଧ ଚନ୍ଦ୍ରଶେଖର ଜୀଉ କପିଳାସ ମହାଶିବ ରାତ୍ରୀ ପାଇଁ ଢେଙ୍କାନାଳରୁ ପ୍ରାୟ ୩୦ଜଣ ପୋଲିସ୍ କର୍ମଚାରୀଙ୍କୁ ନେଇ ମନ୍ଦିର ଉପରକୁ ଯାଉଥିବାବେଳେ ବାରବାଙ୍କରେ ବ୍ରେକଫେଲ ହୋଇ ତଳକୁ ଖସିଲା ପୋଲିସ୍ ବସ |ରାସ୍ତାକଡ଼ରେ ବସିଥିବା ଦୋକାନ ଉପରକୁ ବସଟି ମାଡିଯିବାରୁ ୭ ରୁ ଉର୍ଦ୍ଧ ଲୋକ ଆହାତ ହୋଇଥିବା ବେଳେ ୨ଜଣ ଗୁରୁତର ଅଛନ୍ତି । ଦୋକାନ ଓ ନିକଟରେ ବହୁ ଗାଡି ନଷ୍ଟ ହୋଇଥିବା ସୂଚନା ମିଳିଛି । ପ୍ରକାଶ ଥାଉକି ଆସନ୍ତା କାଲି ପୋଲିସ୍ ପ୍ରଶାସନ ପକ୍ଷରୁ କପିଳାସ ଯିବା ପାଇଁ ସାମ୍ବାଦିକମାନଙ୍କୁ ବାରଣ କରାଯାଇଥିଲା

Leave a Reply

Your email address will not be published. Required fields are marked *