ଚନ୍ଦ୍ରଭାଗାରେ ବଡ଼ ଅଘଟଣ
ଚନ୍ଦ୍ରଭାଗାରେ ବଡ଼ ଅଘଟଣ । ଗାଧୋଇବା ବେଳେ ସମୁଦ୍ରରେ ବୁଡି ୩ ଯୁବକ ମୃତ୍ୟୁ
କୋଣାର୍କ -(ଜ୍ଞାନ ରଞ୍ଜନ ବିଶ୍ଵାଳ)- ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ରାସ୍ତାର ଚନ୍ଦ୍ରଭାଗା ନିକଟରେ ଦୁଇଟି ପୃଥକ୍ ଘଟଣାରେ ସମୁଦ୍ରରେ ବୁଡ଼ି ୩ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରଥମେ ଚନ୍ଦ୍ରଭାଗା ସମୁଦ୍ରକୂଳ ଠାରୁ ଏକ କିଲୋମିଟର ଦୂରରେ ସାଙ୍ଗମାନଙ୍କ ସହ କଟକ ପାହାଳ ଅଞ୍ଚଳର ପିଣ୍ଟୁ ପଟ୍ଟନାୟକ ନାମକ ଜଣେ ଯୁବକ ବୁଡ଼ି ଯାଇଥିଲେ ଏକ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରି ପୁରୀ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତର ସୁଚନା ଦେଇଥିଲେ।

ପରେ ଏକ ଘଣ୍ଟା ଅନ୍ତରରେ
ଚନ୍ଦ୍ରଭାଗା ଇକୋ ରିଟ୍ରିଟ ମଧ୍ଯ ଭାଗରେ ଥିବା ସମୁଦ୍ର କୂଳରେ ଅନ୍ୟ ଏକଦୁଃଖଦ ଘଟଣା ଘଟିଥିଲା। ଭୁବନେଶ୍ୱର କେଶୁରାର ଏକ ଘରୋଇ ଗାଡ଼ି ସର୍ଭିଶିଂ କମ୍ପାନୀରେ କାର୍ଯ୍ୟରତ ତିନି ଜଣ ସାଙ୍ଗ ଗାଧୋଉଥିବା ବେଳେ ଦୁଇ ଜଣ ସାଙ୍ଗ ସମୁଦ୍ର ଢେଉରେ ଭାସିଯାଇଥିଲେ। ସ୍ଥାନୀୟ ଯୁବକ, ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କରି ଗୋପ ମେଡ଼ିକାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ବରଣ କରିଥିବା ସୁଚନା ଦେଇଥିଲେ । ମୃତ ଯୁବକ ଦ୍ବୟ ହେଲେ କୋଣାର୍କ ଥାନା ଅନ୍ତର୍ଗତ ଜମତଳା ଗ୍ରାମର ବିମ୍ବାଧର ଜେନାଙ୍କ ଏକମାତ୍ର ପୁତ୍ର ଆରୁପାନନ୍ଦ ଜେନା(୨୫) ଅନ୍ୟ ଜଣେ ହେଲେ ଶିକ୍ଷାବିତ୍ କ୍ଷେତ୍ରବାସୀ ସେନାପତିଙ୍କ ସାନ ପୁଅ ଆଲୋକ କୁମାର ସେନାପତି (୨୪)। ଘଟଣାଟି କୋଣାର୍କ ଅଞ୍ଚଳରେ ଶୋକର ଛାୟା ଖେଳାଇ ଥିବା ବେଳେ ଦୁଇ ମୃତକ ଯୁବକଙ୍କ ପୈତୃକ ଗ୍ରାମ ଜମତଳାରେ ଅଧର୍ଯ୍ୟ ଓ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି କରିଛି।
