ଇସ୍ତାହାରବିହାର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ – 2025
ତା. 21.10.2025ପ୍ରେସ ଇସ୍ତାହାରବିହାର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ – 2025 : C-Vigil ଆପ୍ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ପର୍କିତ ଅଭିଯୋଗ ଦାଖଲ କରିପାରିବେ ଜନସାଧାରଣ1. ଭାରତ ନିର୍ବାଚନ ଆୟୋଗ ବିହାର ବିଧାନସଭା ସାଧାରଣ ନିର୍ବାଚନ – 2025 ସହିତ 8ଟି ବିଧାନସଭା ମଣ୍ଡଳୀର ଉପନିର୍ବାଚନ ସୂଚୀ ଘୋଷଣା କରିଛି। ନିର୍ବାଚନ ଆୟୋଗ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କୁ ଆଦର୍ଶ ଆଚରଣ ବିଧି (MCC) କଡାକଡି ଭାବରେ ପାଳନ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ ।2. ବିହାରରେ ମୋଟ 824ଟି ଫ୍ଲାଇଂ ସ୍କୁଆଡ୍ ନିଯୁକ୍ତ କରାଯାଇଛି, ଯେଉଁମାନେ ନିର୍ବାଚନ ସମ୍ପର୍କିତ ଅଭିଯୋଗ ପାଖରେ 100 ମିନିଟ୍ ମଧ୍ୟରେ ପହଁଞ୍ଚି ତାର ସମାଧାନ କରିବେ ।3. ନାଗରିକ ଓ ରାଜନୈତିକ ଦଳମାନେ C-Vigil ଆପ୍ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ କରିପାରିବେ।4. 21 ଅକ୍ଟୋବର 2025 ସୁଦ୍ଧା, C-Vigil ଆପ୍ ମାଧ୍ୟମରେ ବିହାର ସାଧାରଣ ନିର୍ବାଚନ ଓ ବିଭିନ୍ନ ଉପନିର୍ବାଚନ ସମ୍ବନ୍ଧିତ ମୋଟ 650ଟି ଅଭିଯୋଗ ଦାଖଲ ହୋଇଛି। ସେଥିରୁ 649ଟି ଅଭିଯୋଗର ନିଷ୍ପତ୍ତି ହୋଇସାରିଥିଲା ବେଳେ 612ଟି ଅଭିଯୋଗ — ଅର୍ଥାତ୍ 94% ଅଭିଯୋଗକୁ — 100 ମିନିଟ୍ ମଧ୍ୟରେ ସମାଧାନ କରାଯାଇଛି ।5. ଅଭିଯୋଗ ନିରୀକ୍ଷଣ ପାଇଁ ଏକ ବିଶେଷ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଏହି ଅନୁସାରେ, 1950 ନମ୍ବରରେ ଏକ ସ୍ୱତନ୍ତ୍ର କଲ୍ ସେବା ଚାଲୁ ରହିଛି, ଯାହାମାଧ୍ୟମରେ ଯେକୌଣସି ନାଗରିକ କିମ୍ବା ରାଜନୈତିକ ଦଳ ସଦସ୍ୟ DEO/ROଙ୍କ ନିକଟରେ ନିଜ ଅଭିଯୋଗ ଦାଖଲ କରିପାରିବେ। ଏହି ବ୍ୟବସ୍ଥା 24×7 ଚାଲୁରହିଛି ।6. ସୂଚନା ଯୋଗ୍ୟ ଯେ, 21 ଅକ୍ଟୋବର 2025 ସୁଦ୍ଧା, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 71.32 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ମାଦକଦ୍ରବ୍ୟ, ଉପହାର ସାମଗ୍ରୀ ଏବଂ ନଗଦ ଟଙ୍କା ଜବତ ହୋଇଛି ।
