ବ୍ରହ୍ମପୁର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ ସହ ମିଠା ବଣ୍ଟନ

ବ୍ରହ୍ମପୁର, ୨୩/୧୧ ମହାରାଷ୍ଟ୍ର ବିଧାନସଭାରେ ଭାରତୀୟ ଜନତା ପାର୍ଟି (ଏନଡ଼ିଏ) ର ଅଦ୍ଭୁତପୂର୍ଣ୍ଣ ଐତିହାସିକ ବିଜୟ ପାଇଁ ବ୍ରହ୍ମପୁର ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ “ବିଜୟ ଉତ୍ସବ” ସ୍ଥାନୀୟ ଗେଟ୍ ବଜାର ଛକ ଠାରେ ଧୁମଧାମରେ ପାଳନ କରାଯାଇଛି । ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଏହି ଐତିହାସିକ ସଫଳତା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକ ସହ “ଏକ୍ ହେଁ ତୋ ସେଫ୍ ହେଁ” ଏହି ଗୁରୁମନ୍ତ୍ର ପାଇଁ ଏହି ଐତିହାସିକ ସଫଳତା ମିଳିଲା ବୋଲି ବିଜେପି ନେତୃବୃନ୍ଦ କହିଥିଲେ । ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଆତସବାଜି ସହ ମିଷ୍ଠାନ୍ନ ବଣ୍ଟନ କରିଥିଲେ ଏବଂ ବାଜା ବଜାଇ ନାଚଗୀତରେ ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ ।

ଆଜିର ଏହି ବିଜୟ ଉତ୍ସବରେ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଆସ୍କା , ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସମ୍ପାଦିକା ଏସ୍ ରାଣୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ଏସ୍ ଶ୍ରୀନିବାସ୍,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ ରବି ରାଓ,ଜି ବିଜୟ ପାତ୍ର,ଦେବୁନ ପଟ୍ଟନାୟକ,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ସରୋଜ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ,ପ୍ରଫୁଲ୍ଲ ପାଣିଗ୍ରାହୀ,ଧନୁ ପାଣିଗ୍ରାହୀ,ଅହିଂସା ସାହୁ,ଚିନ୍ମୟାନନ୍ଦ ପଟ୍ଟନାୟକ,ଅମର ସାହୁ,ଶିରିଡ଼ି ବିକ୍ରମ,କୃଷ୍ଣ ଚନ୍ଦ୍ର ପଲେଇ,ଶକ୍ତି ପଟ୍ଟନାୟକ,ମନୋଜ ମହାରଣା,ଆଶିଷ ଦାସ,ରବିନ୍ଦ୍ର ସାହୁ,ସୁବ୍ରତ ପାଳ,ଏସ୍.ଶ୍ରୀନିବାସ୍ ରାଓ,ସରୋଜ ଦାସ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *