ପ୍ରେସ ବିଜ୍ଞପ୍ତିପୁରୀ ପୋଲିସଙ୍କ ଦ୍ୱାରା ଚୋରି/ମିସିଙ୍ଗ୍ ମୋବାଇଲ୍ ଫୋନ୍ ସନ୍ଧାନ ଅଭିଯାନ”
ପ୍ରେସ ବିଜ୍ଞପ୍ତିପୁରୀ ପୋଲିସଙ୍କ ଦ୍ୱାରା ଚୋରି/ମିସିଙ୍ଗ୍ ମୋବାଇଲ୍ ଫୋନ୍ ସନ୍ଧାନ ଅଭିଯାନ”ରେ ସିଟି ସବ୍-ଡିଭିଜନ୍ରେ ବଡ଼ ସଫଳତା।ଗତ ୧ ମାସ ଅବଧିରେ ସିଟି ସବ୍-ଡିଭିଜନ୍ର ବିଭିନ୍ନ ଥାନାଙ୍କ ସକ୍ରିୟ ପରିଚାଳନାରେ ୩୨ଟି ମୋବାଇଲ୍ ଫୋନ୍ ହାରାଇଥିବା କେସ୍ର ସନ୍ଧାନ କରି ହସ୍ତାନ୍ତର କରାଗଲା। ଏହି ବିଶେଷ ଅଭିଯାନର ନେତୃତ୍ୱ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହଙ୍କ ପରାମର୍ଶ ଓ ନିର୍ଦେଶରେ କରାଯାଇଥିଲା। ସାଇବର୍ ଥାନା ଓ ସିଟି ସବ୍-ଡିଭିଜନ୍ର ପୋଲିସ କର୍ମଚାରୀମାନଙ୍କ ଯୋଗୁଁ ଏହି ସଫଳତା ଆସିଛି।

ପୁରୀ ପୋଲିସ ପକ୍ଷରୁ ନିୟମିତ ଭାବରେ ନାଗରିକଙ୍କ ହାରାଇଥିବା ଫୋନ ସନ୍ଧାନ କରି ଫେରାଇବାକୁ ପ୍ରାଥମିକତା ଦିଆଯାଉଛି।ନାଗରିକମାନେ ସତର୍କ ରହିବେ, ଓ ମୋବାଇଲ୍ ଫୋନ୍ ହଜିଲେ ପ୍ରଥମେ ନିଜ ଥାନାରେ ସୂଚନା ଦେବାକୁ ଅନୁରୋଧ କରାଯାଉଛି। ପୁରୀ ପୋଲିସଙ୍କ ଏହି ପଦକ୍ଷେପ ନାଗରିକଙ୍କ ବିଶ୍ୱାସ ବୃଦ୍ଧି କରିବା ସହ, ସୁରକ୍ଷା ସେବାରେ ଆଗୁଆ କାମ କରିବ।
