ପୁନମ୍ କୁ ପୁଣି ଭରସା କଲେ ରାଜ୍ୟ ବିଜୁଜନତା ଦଳ ସଭାପତି
ପୁନମ୍ କୁ ପୁଣି ଭରସା କଲେ ରାଜ୍ୟ ବିଜୁଜନତା ଦଳ ସଭାପତି।
କନ୍ଧମାଳ, ଫୁଲବାଣୀ, କନ୍ଧମାଳ ଜିଲ୍ଲାରେ ପୁଣି ପୁନମ୍ କହଁର କୁ ଜିଲ୍ଲା ସଭାନେତ୍ରି କରି ଭରସା କରିଛନ୍ତି , ରାଜ୍ୟ ବିଜୁଜନତା ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ। ଶୁଣିବାକୁ ମିଳୁଛି କି? ପୁନମ୍ କହଁର ରାଜ୍ୟ ବିଜୁଜନତା ଦଳର ରାଜ୍ୟ ସମ୍ପାଦିକା ଥିବା ବେଳେ ପୁଣି ଜିଲ୍ଲା ସଭାପତି ପଦରେ ମିନୋନିତ କରିଥିବା କଥା ଆଲୋଚନାର ବିଷୟ ପାଲଟିଛି । ଗତ ୨୦୨୨ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ଜିଲ୍ଲାରେ ୧୨ ଗୋଟି ବ୍ଲକରେ ଜିଲ୍ଲା ପରିଷଦ ଆସନରେ ଦଳ ଅଗରେ ଥାଇ ଜିଲ୍ଲାରେ ଅଧ୍ୟକ୍ଷ ପଦ ଅଳଙ୍କୃତ କରିଥିବା ତାଙ୍କରି ମୁଖ୍ୟ ଭୂମିକା ଥିବା ଆଲୋଚନା ହେଉଅଛି । ସେ ଅକ୍ଲାନ୍ତ ପରିଶ୍ରମ କରି ଜିଲ୍ଲାରେ ଦଳର ପ୍ରଚାର ପ୍ରସାର କରିବା , ଦଳକୁ ଆଗକୁ ନେବା ରେ ସେ ମୁଖ୍ୟ ଭୂମିକା ନେଇଥାନ୍ତି । ଜିଲ୍ଲାର ସମସ୍ତ ବରିଷ୍ଟ କର୍ମୀ ଓ ନେତା ତାଙ୍କରି ଉପରେ ଭରସା ଓ ବିଶ୍ୱାସ ରଖିଥିବା କଥା ଶୁଣିବାକୁ ମିଳୁଛି । ଜିଲ୍ଲାରେ ବିଶେଷ କରି ଜିଲ୍ଲା ସଭାପତି ପଦ୍ମନାଭ ବେହେରା, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ପୂର୍ବତନ ଜି, ଉଦୟଗିରି ବିଧାୟକ ସଲୁଗା ପ୍ରଧାନ, ଫୁଲବାଣୀ ବିଧାୟକ ପର୍ଥିନି ଶ୍ରୀମତୀ ଜୟ ଶ୍ରୀ କହଁର ଓ ଜିଲ୍ଲା ର ବରିଷ୍ଠ କମି ସୋରଜ କର୍ଣ୍ଣ , ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀ ସ୍ନେହାଙ୍ଗିନୀ ଛୁରୀଆ ତାଙ୍କ ଉପରେ ଭରସା କରି ଜିଲ୍ଲାରେ ସଂଗଠନ ସୁଦୃଢ କରିବା, ଜିଲ୍ଲାରେ ଭୋଟେ ର ମାତ୍ର ବିଜୁଜନତା ଦଳ ସପକ୍ଷରେ କିପରି ଭାବରେ କର।ଯିବ ତାହାକୁ ଆଖି ଆଗରେ ରଖି ତାଙ୍କୁ ଜିଲ୍ଲା ସଭାପତି କରାଯାଇଥିବା କର୍ମୀଙ୍କ ମହଲରେ ଶୁଣିବାକୁ ମିଳୁଛି ।
