ବିଜୁ ଜନତା ଦଳ ପକ୍ଷରୁ ଏରସମାରେ ବିଶାଳ ଜନ ସମ୍ପର୍କ ପଦଯାତ୍ରା
ଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ଜନ ସମ୍ପକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଜନ ସମ୍ପକ ପଦଯାତ୍ରାଟି ଏରସମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ବାହାରି ଏରସମା ବ୍ଲକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ନିକଟକୁ ଆସି ମାଲ୍ୟାର୍ପଣ କରାଯାଇଥିଲା । ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ବିଜୟ କୁମାର ପାଲଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିକୁଦା-ଏରସମାର ମାନ୍ୟବର ବିଧାୟକ ଶାରଦା ପ୍ରସନ୍ନ ଜେନା ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହିତ ବିଜେପି ସରକାର ପାଖାପାଖି ଦେଢ଼ ବର୍ଷ ଭଳି କ୍ଷମତାକୁ ଆସିଥିବା ବେଳେ ଏପର୍ଯ୍ୟନ୍ତ ପଞ୍ଚାୟତ ସ୍ଥରରେ କୌଣସି କାର୍ଯ୍ୟ କରାଯାଇନାହିଁ। ଅନ୍ତତ ପକ୍ଷେ ନାରୀ ନିର୍ଯ୍ୟାତନା,ଦରଦାମ ବୃଦ୍ଧି,ଭତ୍ତା,ଚାଷୀଙ୍କ ପାଇଁ ୟୁରିଆ ସାରର ଅଭାବ,ବ୍ଲକ୍,ଥାନା ମାନଙ୍କରେ ବିଜେପି କର୍ମୀ ମାନେ ଡେରା ପକାଇ ରହୁଥିବା କହିବା ସହିତ ବିଜେପି ସରକାରକୁ ତୀବ୍ର ସମାଲୋଚନା କରିଥିଲେ।
