ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ
ଜ
ରାଇକିଆ ବ୍ଲକ ଅନ୍ତର୍ଗତ ମଣ୍ଡାକିଆ ଗ୍ରାମ ପଞ୍ଚାୟତ ବାକିଙ୍ଗିଆ ଠାରେ ବିଜୁ ଜନତା ଦଳ ତରଫରୁ ଏକ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଅଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ସାଳୁଗା ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଅତିଥି ଭାବେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ଜିଲ୍ଲା ଉପସଭାପତି ହୃଷୀକେଶ ପାଢ଼ୀ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଳିକ,ବିଜୁ ଜନତା ଦଳ ସଭାପତି ବିଷ୍ଣୁ ଚରଣ ମଳିକ,ସାଧାରଣ ସମ୍ପାଦକ ବିଜୟ କୁମାର ପଣ୍ଡା, ସ୍ଵତନ୍ତ୍ର ଉନ୍ନୟନ ସଦସ୍ୟ ଭୂଷଣ ପ୍ରଧାନ,ବିଧାୟକ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ,ବିଜୁ ଛାତ୍ର ସଭାପତି ରୋଶନ ନାୟକ,ଜିଲ୍ଲା ମହିଳା ଉପ ସଭାପତି ମାମି ପ୍ରଧାନ,ବ୍ଲକ ମହିଳା ସଭାପତି ଶୀତଳ ନାୟକ ମଞ୍ଚାଷିନ ରହିଥିଲେ।October 2 ଗାନ୍ଧୀ ଜୟନ୍ତୀ ରୁ ଆରମ୍ଭ ହୋଇ ଥିବା ପଦ ଯାତ୍ରା ର ଅନ୍ତିମ ଚରଣ ରେ ଆଜି ରାଇକିଆ ବ୍ଲକ ରେ ପଦଯାତ୍ରା ଅନୁଷ୍ଠିତ ହୋଇ ଥିବା ସକାଶେ ବିଜେଡି କର୍ମୀ ମାନଙ୍କ ମଧ୍ୟରେ ଉଚାହ ଦେଖିବାକୁ ମିଳିଥିଲା।ଆଜିର କାର୍ଯ୍ୟକ୍ରମ ରେ ବିଧାୟକ ସାଲୁଗା ପ୍ରଧାନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଯୋଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ।ଓଡ଼ିଶା ସରକାର ଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କୁ ଲୋକଲୋଚନକୁ ଆଣିବା ସହିତ ସରକାର ଙ୍କ ମିଶନ ଶକ୍ତି ଦ୍ଵାରା ମାଆ ମାନେ କିଭଳି ସ୍ବାବଲମ୍ବୀ ହୋଇ ପାରିଛନ୍ତି ତାହା ଉପରେ ଆଲୋକପାତ କରିଥିଲେ।ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ କୁ ରାଇକିଆ ବ୍ଲକ ସଭାପତି ରାଜମୋହନ ଦିଗାଲ ପରିଚାଳନା କରିଥିବା ବେଳେ ଅସୀମ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।
ନୃସିଂହଚରଣ ଦାଶ reporter
