ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ର କୁଜଙ୍ଗ ଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ
ଆଜି ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ର କୁଜଙ୍ଗ ଠାରେ ଏକ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତି ରଞ୍ଜନ ବେହେରା ଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ବହୁ ବିଜେଡିର ଛାମୁଆ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ପାରାଦ୍ୱୀପ ପୋୖରାଧକ୍ଷ ବସନ୍ତ କୁମାର ବିଶ୍ବାଳ ଯୋଗ ଦେଇ ଥିବା ବେଳେ ପାରାଦ୍ୱୀପ ର ଶ୍ରମିକ ନେତା ତଥା ରାଜ୍ୟ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଗୋଲେଖ ଚନ୍ଦ୍ର ନାୟକ, ବରିଷ୍ଠ ବିଜେଡ଼ି ନେତା ବିପିନି ବିଶ୍ୱାଳ, ସଂଗ୍ରାମ ମନ୍ତ୍ରୀ, ନାରିନେତ୍ରୀ ତଥା ପୂର୍ବତନ ବିଜେଡି ରାଜ୍ୟ ସମ୍ପାଦିକା ସବିତା ମହାପାତ୍ର, ନନ୍ଦିନୀ ପଣ୍ଡା, ପୂର୍ବତନ ସରପଞ୍ଚ ଶିଶିର ଦାସ ପ୍ରମୁଖ ବହୁ ନେତା ଓ କର୍ମୀମାନେ ଯୋଗ ଦେଇ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରେ ବିଧାୟକ ସମ୍ବିତ ରାଉତରାୟ ଙ୍କ ବିରୁଢ଼ରେ ମେଳି ବାନ୍ଧିବା ସହିତ ନେତୃତ୍ୱ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ଆଉ ସାଧାରଣ ନିର୍ବାଚନ ଅଳ୍ପଦିନ ବାକି ଥିବାବେଳେ ବିଧାୟକ ଙ୍କ ବିରୁଦ୍ଧରେ ଆଜିର ଏହି କର୍ମୀ ସମ୍ମିଳନୀ ବିଜୁ ଜନତା ଦଳ କୁ ଦୁଇ ଫାଳ କରି ଦେଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନାହିତକର ଯୋଜନା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରୁ ନାହିଁ । ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଗୋଟିଏ ପଟେ ମହାନଦୀ ଓ ଅନ୍ୟ ପଟରେ ଶିଳ୍ପସମୃଢ଼ ପାରାଦ୍ୱୀପ ଓ ମାଛଧରା ବନ୍ଦର ଥିଲେ ମଧ୍ୟ ଆଜି ପାରାଦ୍ୱୀପ ରେ ସେଭଳି କିଛି ଉର୍ଣ୍ଣତି ହୋଇ ପାରିନାହିଁ । ସାଧାରଣ ଲୋକଙ୍କୁ ତାଙ୍କର ମୌଳିକ ଅଧିକାର ପାଇପାରୁ ନାହାନ୍ତି । କେବଳ ଅଯୋଗ୍ୟ ବିଧାୟକ ଙ୍କ ନେତୃତ୍ୱ ହଁ ଏହାର ଏକ ମାତ୍ର କାରଣ ବୋଲି ବିରୋଧୀ କହିଛନ୍ତି । ତେବେ ଆଜି ଏହି କର୍ମୀ ସମ୍ମିଳନୀ ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ୍ବ କର୍ମୀମାନେ ଯୋଗ ଦେଇ ଥିବାସ ବେଳେ ଆଗାମୀ ଦିନରେ ବିଧାୟକ ଙ୍କ ବିରୁଦ୍ଧରେ ବଡ ଧରଣର ସମାବେଶ କରାଯିବ ବୋଲି ସଭାରେ ଅତିଥି ମାନେ କହିଛନ୍ତି । ଏ ପରିକି ବହୁ ଦଳୀୟ କର୍ମୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା ବେଳେ ସ୍ଥାନୀୟ ନେତୃତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
