ଜଗତସିଂହପୁର ଠାରେ ବିଜୁ ଜୟନ୍ତୀ ପାଳିତ
ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଅବସରରେ ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ସାଧାରଣ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ବିଜେଡି ଉପ ସଭାପତି ଦୀପ୍ତି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାଧାରଣ ସଭାରେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ,ପ୍ରଶାନ୍ତ କୁମାର ମୁଦୁଲି,ଜ୍ୟୋତିଷ ଦାସଙ୍କ ସମେତ ନାରୀ ନେତ୍ରୀ କନକପ୍ରଭା ଲେଙ୍କା,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ପ୍ରମୁଖ ଯୋଗ ଦେଇ ବିଜୁ ବାବୁଙ୍କ ଓଡିଶା ପ୍ରତି ଅବଦାନ ଓ ପଞ୍ଚାୟତିରାଜ ବ୍ୟବସ୍ଥା ବାବଦରେ ଆଲୋକପାତ କରିଥିଲେ ।ଆଜି ରାଜ୍ୟ ସରକାର ବିଜୁ ଜୟନ୍ତୀରେ ପଞ୍ଚାୟତରାଜ ଦିବସ ପାଳନକୁ ବନ୍ଦ କରିବା ଏକ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ବିଜେଡି ନେତା ।
