ରାୟଗଡରେ ବିଜୁ କନ୍ୟା ରତ୍ନ ଯୋଜନା
ରାୟଗଡରେ ବିଜୁ କନ୍ୟା ରତ୍ନ ଯୋଜନା –ବେଟି ବଚାଓ ବେଟି ପଢ଼ାଓ ଅଭିଯାନରେ ଝିଅମାନଙ୍କ ହକି ଓ ଫୁଟବଲ୍ ପ୍ରତିଯୋଗିତା ଆୟୋଜିତ
ରାୟଗଡା-୧୦/୧୨-ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରାୟଗଡା ତରଫରୁ ବିଜୁ କନ୍ୟା ରତ୍ନ ଯୋଜନା –ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅଧୀନରେ ଝିଅମାନଙ୍କ ସଶକ୍ତିକରଣ ପାଇଁ ହକି ଓ ଫୁଟବଲ୍ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ନବୀନ ଚନ୍ଦ୍ର ନାୟକ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଥିଲେ । ଏଥିସହିତ ପିଏ ଆଇଟିଡିଏ ଶ୍ରୀ ଚନ୍ଦ୍ରକାନ୍ତ ମାଝି, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସେଖ ଆଲେନୁର, ଡିସିପିଓ ଶ୍ରୀ ମହାଦେବ ଚିଚୁଆନ ଏବଂ ଡ଼ିଅlଇପି ଶ୍ରୀ ହରିହର ପାତ୍ର ଯୋଗଦାନ କରି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ଡିସିପିଓ ସହକର୍ମୀ ଓ ଚାଇଲ୍ଡ ହେଲ୍ପଲାଇନ୍ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।

ଫୁଟବଲ୍ ପ୍ରତିଯୋଗିତାରେ ବିଜେତା ପିଏମସି ଜଗଡ଼ମ୍ବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋଲନରା ରନର୍ସ ଅପ ଭାବେ ସେବା ସମାଜ ଶିଶୁ ଯତ୍ନ କେନ୍ଦ୍ର ହୋଇଥିଲା l ସେହିପରି ହକି ପ୍ରତିଯୋଗିତାରେ ବିଜେତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାୟଗଡ଼ ପ୍ରଥମ ହୋଇଥିବା ବେଳେ ପିଏମସି ଜଗଡ଼ମ୍ବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋଲନରା ରନର୍ସ ଅପ ହୋଇଥିଲା l କାର୍ଯ୍ୟକ୍ରମର ଶେଷରେ ମନୋରଞ୍ଜନ ବାଘ ଧନ୍ୟବାଦ ଜଣାଇଥିଲେ। ଝିଅମାନଙ୍କ କ୍ରୀଡା ଦକ୍ଷତା, ଆତ୍ମବଳ ଓ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ପାଇଁ ରାୟଗଡା ଡିସିପିଓଙ୍କ ଏହି ଉଦ୍ୟମ ସ୍ୱାଗତଯୋଗ୍ୟ। ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
