କାମାକ୍ଷାନଗର ରେ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ

-କାମାକ୍ଷାନଗର ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ନିର୍ବାଚନ ମଣ୍ଡଳୀ ସ୍ତରୀୟ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି l ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ଅନେକ ବିଜୁ ପ୍ରେମୀ ଯୋଗ ଦେଇଥିଲେ l ପ୍ରଥମେ ସହର ର ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡ ଠାରେ ଥିବା ପ୍ରବାଦ ପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ବିଜୁ ବାବୁ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ପରେ ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନ୍ମ ଜୟନ୍ତୀ ପାଳିତ ହୋଇଛି l ରାଜ୍ୟ ସରକାର ବିଜୁ ବାବୁ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଦୀର୍ଘ ବର୍ଷ ଧରି ପାଳିତ ହେଉଥିବା ପଞ୍ଚାୟତରାଜ ଦିବସ କୁ ହୀନମନ୍ୟତା ନେଇ ବନ୍ଦ କରାଇଛନ୍ତି,ତାହାକୁ ବୈଠକ ରେ ଦୃଢ ନିନ୍ଦା କରାଯାଇଛି l ଆସନ୍ତା କାଲି ଏହି ପରିପ୍ରେକ୍ଷୀରେ ଉପଖଣ୍ଡ ର ସମସ୍ତ ବ୍ଲକ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ବିଜେଡି ତରଫରୁ ପ୍ରତିବାଦ ସଭା ଅନୁଷ୍ଠିତ ହେବାକୁ ଥିବା ନେଇ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି l କାର୍ଯ୍ୟକ୍ରମ ରେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଭୁବନ ବ୍ଲକ ଅଧ୍ୟକ୍ଷ ଙ୍କ ପ୍ରତିନିଧି ଧର୍ମାନନ୍ଦ ବରାଳ,ବିଭିନ୍ନ ଭୁବନ ଏନଏସି ଅଧ୍ୟକ୍ଷ ଶୁଭେନ୍ଦୁ ସାହୁ, କାମାକ୍ଷାନଗର ଏନଏସି ଉପାଧ୍ୟକ୍ଷା ଶକୁନ୍ତଳା ସେଠୀ, କାମାକ୍ଷାନଗର ବିଜେଡି ବ୍ଲକ ସଭାପତି ପ୍ରଭାସ ମିଶ୍ର, ଏନଏସି ସଭାପତି ଆଦିତ୍ୟ ଆଚାର୍ଯ୍ୟ, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ଓ ଶତାଧିକ ବିଜୁ ପ୍ରେମୀ ପୁରୁଷ ଓ ମହିଳା ଯୋଗ ଦେଇଥିଲେ l ଓଡିଶା ପାଇଁ ବିଜୁ ପଟ୍ଟନାୟକ ଙ୍କ ଅବଦାନ କୁ ମନେ ପକାଇବା ସହିତ ବିଜୁ ବାବୁ ଙ୍କ ନୀତି, ଆଦର୍ଶ କୁ ପାଥେୟ କରି ବିଜୁ ଜନତା ଦଳ ଆଗାମୀ ସମୟରେ ଓଡିଶାବାସୀ ଙ୍କ ସୁଖ, ଦୁଃଖ ରେ ଛିଡାହେବା ନେଇ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l

Leave a Reply

Your email address will not be published. Required fields are marked *