ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ

ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶାର ବରପୁତ୍ର ତଥା ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ଉପଲକ୍ଷେ କୃଷ୍ଣପ୍ରସାଦ ବ୍ଳକ ସାତପଡ଼ା CDA ପାର୍କ ଠାରେ ଜୟନ୍ତୀ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ, ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ମୁଖ୍ୟାଳୟ ତଥା ମୁଖପାତ୍ର ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଯୋଗ ଦେଇ CDA ପାର୍କ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଥିଲା। ଏହି ସାଧାରଣ ସଭାରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ ସଭାପତି କରିଥିଲେ। ବିଜୁ ପଟ୍ଟନାୟକ ଦେଖାଇ ଯାଇଥିବା ମାର୍ଗ ଏବେ ଓଡ଼ିଶାକୁ ବିକାଶର ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ କରିଛି। ତାଙ୍କ ନୀତି ଓ ଆଦର୍ଶ ସର୍ବଦା ଆମକୁ ଲୋକଙ୍କ ସେବା ପାଇଁ ଅନୁପ୍ରେରିତ କରିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି। କୃଷ୍ଣପ୍ରସାଦ ବ୍ଳକ ବରିଷ୍ଠ ନେତା ରମେଶଚନ୍ଦ୍ର ପଲେଇ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ପ୍ରମୋଦ କୁମାର ସାମଲ, ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ, କୃଷ୍ଣପ୍ରସାଦ ବ୍ଲକ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ, ବ୍ରହ୍ମଗିରି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ସନ୍ଦିପ କୁମାର ଜେନା, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ଉପାଧ୍ୟକ୍ଷ ଶକୁନ୍ତଳା ଗଡ଼ୁ, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଯୁବ ଜନତା ଦଳ ସଭାପତି ଦିଲ୍ଲିପ ରଣସିଂହ, ବିଜୁ ଜନତା ଦଳ ବରିଷ୍ଠ ନେତା ପ୍ରଫୁଲ୍ଲ ଜେନା, ପୂର୍ଣ୍ଣଚନ୍ଦ୍ର ଗଡ଼ୁ, ପ୍ରଫୁଲ୍ଲ ଜେନାଙ୍କ ସମେତ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *