ବିଜୁ ପଟ୍ଟନାୟକଙ୍କ 108 ତମ ଜୟନ୍ତୀ ପାଳିତ
-ଜଗତସିଂହପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 108 ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଜଗତସିଂହପୁର ନିର୍ବାଚନ ମଣ୍ଡଳୀ, ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଓ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଠାରେ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ 108 ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ର ଏରସମା ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଘୁନନ୍ଦନ ଦାସଙ୍କ ନେତୃତ୍ୱରେ ମହାଆଡମ୍ବର ସହିତ ପାଳନ କରାଯାଇ ଥିବା ବେଳେ ବିଜୁ ପ୍ରେମୀ ମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି । ସେ ଥିଲେ ଝଡର ଇଗଲ, ସେ ଥିଲେ ମାଟିର ମୂର୍ତ୍ତି କାରିଗର ଓ ସେ ଥିଲେ ଧରିଣୀ ର କୃଷସାର ବୋଲି ବିଧାୟକ ରଘୁନନ୍ଦନ ଦାସ କହିଛନ୍ତି । ଜଗତସିଂହପୁର ଜିଲ୍ଲା କରିବା ଠାରୁ ଆରମ୍ଭ କରି ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠା କରିବା ତାଙ୍କର ଜିଲ୍ଲା ପ୍ରତି ସବୁଠାରୁ ବଡ଼ ଅବଦାନ । ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ରଘୁନାଥ ପୁର ବ୍ଲକର ଜୟ ପୁର ଠାରୁ ବିଧାୟକ ବିଜୟ ଶଙ୍କର ଦାସଙ୍କ ନେତୃତ୍ୱରେ ବିଜୁ ଜୟନ୍ତୀ ଓ ପଂଚାୟତ ରାଜ ଦିବସ ଅବସରରେ ଏକ ସାଇକେଲ ଶୋଭାଯାତ୍ରା କରାଯାଇ ରଘୁନାଥପୁର ବଜାର ପର୍ଯ୍ୟନ୍ତ ଯାଇଥିଲା । ଏହି ଶୋଭାଯାତ୍ରାରେ ଏକ ହଜାରରୁ ଉର୍ଦ୍ଧ୍ବ ବିଜୁ ଜନତା ଦଳର ଯୁବକ, ନେତା ଓ କର୍ମୀମାନେ ସାମିଲ ହୋଇ ରଘୁନାଥପୁର ବଜାରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ । ବାଇଟ 1 – ରଘୁନନ୍ଦନ ଦାସ (ବିଧାୟକ)ବାଇଟ 2 – ବିଜୟ ଶଙ୍କର ଦାସ (ବିଧାୟକ)ବାଇଟ 3- ସୁରେନ୍ଦ୍ର ନାଥ ମହାପାତ୍ରବାଇଟ 4- ମନୋଜ କୁମାର ବେହେରାଜଗତସିଂହପୁର ରୁ Rita ସାହୁ
