ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ସ୍ଵାଭିମାନର ପ୍ରତିକ।
ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ଭାରତ ବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ସ୍ଵାଭିମାନର ପ୍ରତିକ। ସେ କୈାଣସି ଦଳ ବା ଗୋଷ୍ଠୀର ନେତା ନୁହନ୍ତି, ସେ ଓଡ଼ିଶାର ସର୍ବମାନ୍ୟ ନେତା ଓ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବା ଓଡ଼ିଆ ଜାତୀର ମହାନ ଜନନାୟକ। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ନିଆଁ ଲଗାଇବା କେବଳ ଏକ ଜଘନ୍ୟ ଅପରାଧ ନୁହେଁ ଓଡ଼ିଶାର ସ୍ଵାଭିମାନୀ ଓ ଅସ୍ମିତା କୁ ଭୁଲୁଣ୍ଠିତ କଲାଭଳି ଦୁର୍ଭାଗ୍ୟଜନକ ଘଟଣା। ଏହି ସରକାରରେ ଏକାଧିକ ଥର ବିଜୁ ବାବୁଙ୍କ ଅମ୍ଲାନ ସ୍ମୁତି ପ୍ରତି ଅପମାନ ଦେଲାଭଳି ଘଟଣା ଘଟି ଚାଲିଛି। ରାଜ୍ୟ ସରକାରଙ୍କ ନିରବତା ରହସ୍ୟମୟ। ଦିବଙ୍ଗତ ବିଜୁ ବାବୁଙ୍କ ପ୍ରତି ହେଉଥିବା ଏ ଅପମାନ ରାଜ୍ୟ ବାସି ଙ୍କୁ ଗଭୀର ବ୍ୟଥିତ କରିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ପୋଡ଼ାଜଳା ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ଦୁଃଖ ଦାୟକ। ମୁଁ ଏହି ଘଟଣାକୁ ତୀବ୍ର ନିନ୍ଦା କରୁଛି ଓ ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ ଦାବି କରୁଛି। ଆଗକୁ ଏହି ଭଳି ଘଟଣା କୁ ବିଜୁ ଜନତା ଦଳ ବରଦାସ୍ତ କରିବ ନାହିଁ, ଏହାର ଉଚିତ ଜବାବ ଦିଆଯିବ। ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଆବାହକ, ବିଜୁ ଜନତା ଦଳ କାର୍ଯ୍ୟକ୍ରମ ରୂପାୟନ କମିଟି, ଓଡ଼ିଶା
