ଗାନ୍ଧୀଜୟନ୍ତୀ ଉପଲକ୍ଷେ ବିଜୁ ଯୁବ ଜନତା ଦଳର ସମାଜସେବା

ପୁରୀ,୨/୧୦:- ଗାନ୍ଧୀଜୟନ୍ତୀ ଉପଲକ୍ଷେ ବିଜୁ ଯୁବ ଜନତା ଦଳ ପକ୍ଷରୁ ସମାଜସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳ ର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଙ୍କ ନେତୃତ୍ୱ ରେ ସମସ୍ତ କାର୍ଯ୍ୟ ସମ୍ପାଦନା କରାଯାଇଥିଲା । ସକାଳୁ ଗାନ୍ଧିଘାଟ ଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ଗୋପବନ୍ଧୁ ଆୟୁରବେଦ ମହାବିଦ୍ୟାଳୟ ଡାକ୍ତରଖାନା ଠାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଡାକ୍ତରଖାନା ସଭାଗୃହ ଠାରେ ସ୍ବର୍ଣ୍ଣପ୍ରାଶନ ଅବସରରେ ଶିଶୁମାନଙ୍କୁ ବିସ୍କୁଟ ଓ ପାଣି ବୋତଲ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ବିଜେଡି ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ପଣ୍ଡା, ପ୍ରାକ୍ତନ ପୌର ସଦସ୍ୟ ସୁବାସ ସାହୁ, ନାରାୟଣ ଖୁଣ୍ଟିଆ, ପୂର୍ଣ୍ଣ ଚନ୍ଦ୍ର ଦାଶ, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ଶଙ୍ଖମିତ୍ର ସିଂହାରୀ ଙ୍କ ସମେତ ଅନେକ ଯୁବକର୍ମୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *