ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ପୋଲିସ ଡିଜି ଙ୍କ ଉଦେଶ୍ୟ ରେ ସ୍ମାରକପତ୍ର ପ୍ରଦାନ ଓ ପ୍ରତିବାଦ
Date-6/8/25Anchor- ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, କଲେଜ କ୍ୟାମ୍ପସ ରେ ଛାତ୍ରୀ ଅସୁରକ୍ଷିତ, ମହିଳା ଙ୍କ ଉପରେ ବାରମ୍ବାର ଅତ୍ୟାଚାର ବୃଦ୍ଧି ପାଉଥିବା ବେଳେ ଏହା କୁ ବିରୋଧ କରି ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ପୋଲିସ ଡିଜି ଙ୍କ ଉଦେଶ୍ୟ ରେ ସ୍ମାରକପତ୍ର ପ୍ରଦାନ କରାଯାଇଛି l ଏହି ପରିପ୍ରେକ୍ଷୀରେ କାମାକ୍ଷାନଗର ଠାରେ ବିଜୁ ଯୁବ -ଛାତ୍ର ଜନତା ଦଳ ତରଫରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଏସଡିପିଓ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା l ସେଠାରେ କାମାକ୍ଷାନଗର ଅଞ୍ଚଳ ର ବିଭିନ୍ନ କଲେଜ ର ଶତାଧିକ ଛାତ୍ରୀ,ମହିଳା ଓ ଯୁବକ ମାନେ ଉପସ୍ଥିତ ରହି ରାଜ୍ୟ ସରକାର ଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥା ପ୍ରତି ତୀବ୍ର ବିରୋଧ କରିବା ସହ ପ୍ରତିବାଦ କରିଥିଲେ।ରାଜ୍ୟରେ ଯଥାଶିଘ୍ର ମହିଳା ମାନଙ୍କୁ ସୁରକ୍ଷା ଦେବା ସହ ବଢୁଥିବା ନିର୍ଯ୍ୟାତନା ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଥିଲା।ଏହି ବିକ୍ଷୋବରେ କାମାକ୍ଷାନଗର ନଗରପାଳ ଧରମାନନ୍ଦ ପରିଡା,ଭୂବନ ଏନଏସି ନଗରପାଳ ଶୁଭେନ୍ଦୁ ସାହୁ,ପୂର୍ବତନ ବ୍ଲକ ଅଧକ୍ଷ ଧରମାନନ୍ଦ ବରାଳ,ଜିଲ୍ଲା ସମ୍ପାଦକ ଦିଲ୍ଲୀପ ଷେଣ୍ଢଙ୍କ ସମେତ ବହୁ ଛାତ୍ର,ଛାତ୍ରୀ ଓ କର୍ମି ଉପସ୍ଥିତ ଥିଲେ।
