ବ୍ରାହ୍ମଣୀଗାଁରେ ଗର୍ଜିଲେ ବିଜୁ ଯୁବ ଛାତ୍ର ଜନତା ଦଳ ।
କନ୍ଧମାଳ ତା ୦୭/୦୮/୨୦୨୫ ବ୍ରାହ୍ମଣୀ ଗାଁ ସମ୍ପ୍ରତି ରାଜ୍ୟରେ ଛାତ୍ରୀ ଓ ନାରୀ ନିର୍ଯାତନା ର ଅହେତୁକ ବୃଦ୍ଧି ପାଇବା ଘଟଣା ବର୍ତ୍ତ ମାନ ଏକ ରାଜନୈତିକ ମୋଡ଼ ନେଇଛି। ଗତ କିଛି ଦିନରେ ରାଜ୍ୟର ଛାତ୍ରୀ ଓ ନାରୀମାନେ ଯେପରି ନିର୍ଯାତନାର ଶିକାର ହେଉଛନ୍ତି, ତାହା ରାଜ୍ୟର ସମଗ୍ର ଛାତ୍ର ସମାଜକୁ ସ୍ଥମ୍ଭିଭୂତ କରିଛି। ଅସଦାଚରଣ, ଅପହରଣ, ଦୁଷ୍କର୍ମ,ଗଣଦୁଷ୍କର୍ମ, ହତ୍ୟା ଆଦି ଘଟଣା ପ୍ରତିଦିନ ଖବରକାଗଜର ଶିରୋନାମା ପାଲଟିଛି ।ନିୟମିତ ଭାବେ ଏହିଭଳି ହୃଦୟ ବିଦାରକ ଘଟଣାମାନ ଲୋକଲୋଚନକୁ ଆସୁଥିବାରୁ, ଏକ ଭୟର ବାତାବରଣ ସୃଷ୍ଟି ହୋଇଛି, ଯେଉଁ କାରଣରୁ ଛାତ୍ରୀ ଓ ମହିଳା ମାନେ ଏକୁଟିଆ ଘରୁ ବାହାରିବାକୁ ନିରାପଦ ମଣୁ ନାହାନ୍ତି। ଯାହା କେବଳରାଜ୍ୟରେ ନୁହେଁ ବରଂ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।ନିକଟ ରେ ଘଟିଥିବା ଏଫ୍ ଏମ୍ କଲେଜ ଛାତ୍ରୀ ଙ୍କ ଆମ୍ ଆହୁତି ଦେବା ଗୋପାଳପୁର ବେଳାଭୂମି ରେ ଜଣେ କଲେଜ ଛାତ୍ରୀ, ଗଣ ଦୁଷକର୍ମ ର ଶିକାର ହେବା, ପୁରୀ ଜିଲ୍ଲା ବଳଙ୍ଗା ରେ ଜଣେ ନାବାଳିକା କୁ ପୋଡ଼ି ମାରି ଦେବାକୁ ଉଦ୍ୟମକରାଯିବା ଭଳି ଘଟଣା ଓଡ଼ିଶା ବାସୀଙ୍କୁ ଅଛପା ନାହିଁ । ଏ ସବୁ ଘଟଣା କୁ କେନ୍ଦ୍ର କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସରକାର ଙ୍କ ନାରୀ ସୁରକ୍ଷା ଆଇନ ର ବିଫଳତା କୁ ନେଇ ପ୍ରଶ୍ନ ଉଠାଇଛି ।କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ର ଆହ୍ୱାନ କ୍ରମେ ବୁଧବାର ଦିନ ବ୍ରାହ୍ମଣୀଗାଁ ସ୍ଥିତ ଋଷୀମାଳ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ମହାବିଦ୍ୟାଳୟ ପରିସରରୁ ଏକ ରାଲି ଶୋଭାଯାତ୍ରା ରେ ବାହାରି ମନ୍ଦିର ଛକ ଦେଇ ଥାନା ପର୍ଯ୍ୟନ୍ତ ଯାଇ ଥିଲେ, ସେଠାରେ ସେମାନେ ଓଡ଼ିଶା ର ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଧେଶ୍ୟ ରେ ଏକ ସ୍ମାରକ ପତ୍ର ସ୍ଥାନୀୟ ଆଇ ଆଇ ସି ବିଜୟ କୁମାର ହାଇବୁରୁ ଙ୍କୁ ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ର ରେ ସରକାର ନିଷ୍ପକ୍ଷ ଓ ତ୍ଵରିତ ତଦନ୍ତ କରି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଦୋଷୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶିକ୍ଷା ସ୍ଥଳଗୁଡ଼ିକରେ ଛାତ୍ରୀମାନଙ୍କ ର ସୁରକ୍ଷା ବୃଦ୍ଧି କରିବାକୁ ଦୃଢ଼ ପଦକ୍ଷେପ ନେବା ସହ ନାରୀ ସୁରକ୍ଷା ପାଇଁ ଅଧୂକ କ୍ରିୟାଶୀଳ ଓ ପ୍ରଭାବଶାଳୀ ମେକାନିଜମ୍ ଗଠନ କରିବାକୁ ଦାବୀ ପତ୍ର ରେ ଉଲ୍ଲେଖ ରହିଛି।ଦାରିଙ୍ଗବାଡି ବ୍ଳକ ବିଜୁ ଯୁବ ସଭାପତି ରଞ୍ଜନ କୁମାର ପ୍ରଧାନ ଙ୍କ ନେତୃତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକ ଜିଲ୍ଲା ଛାତ୍ର ସଭାପତି ସୁନିଲ ସେଠୀ, ଜିଲ୍ଲା ସଂପାଦକ ବାବୁନି ପଣ୍ଡା ବ୍ଲକ୍ କାର୍ଯ୍ୟକାରୀ ସଭାପତି ଦିଲ୍ଲିପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସଂପାଦକ ଅକ୍ଷୟ କୁମାର ନାୟକ, ଦୀପକ ବିଷୋୟୀ, ବରିଷ୍ଠ କର୍ମୀ ବିରଞ୍ଚି ବିଷୋୟୀ, ବସନ୍ତ ପ୍ରଧାନୀ, କିଶୋର ନାୟକ, ରମେଶ ମାଝି, ଲଙ୍କେର୍ଶ୍ୱ ପୂଜାରୀ, ଚିତ୍ରସେନ ପାତ୍ର ସମେତ ବହୁ କର୍ମୀ ଓ ଋଷିମାଳ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ।
