ବାଇକ ଆରୋହୀଙ୍କୁ ଚାପି ଦେଲା ଟ୍ରକ

-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ପିତିରି ଛକ ନିକଟରେ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ। ମୃତକ ପରଜଙ୍ଗ ଥାନା ଖାଲପାଳ ଗାଁର ଭୋଳେଶ୍ବର ନାୟକ। ଭୋଳେଶ୍ଵର ନିଜ ବାଇକ ଯୋଗେ ଘରୁ ପିତିରି ଛକ ଆଡକୁ ଯାଉଥିବା ବେଳେ ଏକ ଆଇରନ ବୋଝେଇ ଟ୍ରକ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣା ସ୍ଥଳରେ ହିଁ ଭୋଳେଶ୍ୱରଙ୍କର ମୃତ୍ୟୁ ହୋଇଥିଲା। ତେବେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ। ଫଳରେ ପିତିରି -ଡ଼ୁବୁରୀ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଛି। ଖବର ପାଇ ପରଜଙ୍ଗ ପୋଲିସ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି।

Leave a Reply

Your email address will not be published. Required fields are marked *