ବାଇକ୍ କୁ ଧକ୍କା ଦେଈ ଘଟଣା ସ୍ଥଳରୁ ଚମ୍ପଟ ମାରିଲା ବୋଲେରୋ

ବାଇକ୍ କୁ ଧକ୍କା ଦେଈ ଘଟଣା ସ୍ଥଳରୁ ଚମ୍ପଟ ମାରିଲା ବୋଲେରୋ।ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ସୁରମଣି କାଳୀ ମନ୍ଦିର ପାଖରେ ବାଇକ୍ କୁ ଧକ୍କା ଦେଲା ବୋଲେରୋ ବାଇକ୍ ଆରୋହୀ ଆହତ ।ଆହାତ ଜଣକ ହେଲେ ରାକେଶ ଗୌଡ଼ ବୟସ 22।ସୂଚନା ମୁତାବକ ରାକେଶ ଘରୁ ନିଜ ଗାଡି ଯୋଗେ ସୁରମଣି ଆସୁଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ବୋଲେରୋ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ରାକେଶ ଆହତ ଅବସ୍ଥା ରେ ପଡ଼ିଥିଲେ ଏହାର ସୁଯୋଗ ନେଇ ବୋଲୋରୋ ଟି ଘଟଣା ସ୍ଥଳରୁ ଚମ୍ପଟ ମାରିଚି ।ତେବେ ସ୍ଥାନୀୟ ଲୋକ ଦେଖିବା ପରେ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତ କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିବା ବେଳେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ୍ ପହଞ୍ଚି ତଦନ୍ତ କରୁଛି।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *