ବାଇକ୍ ଦୁର୍ଘଟଣା ୩ ଆହତ

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ନଆଁଗଡ ଠାରେ ବାଟୋଇକୁ ଧକ୍କା ଦେଲା ବାଇକ୍ । ସୂଚନା ଅନୁଯାୟୀ ନୂଆଁଗଡ ଗ୍ରାମର ବିଜୟ ନାରାୟଣ ସାବତ ନାମକ ବ୍ୟକ୍ତି ସଉଦା ଆଣିବାକୁ ଦୋକାକୁ ଯାଉଥିବା ବେଳେ ହଟାତ ଆସି ଧକ୍କା ଦେଲା ବାଇକ୍ l ବାଇକ୍ ଚାଳକ ଦୁହେଁ ହେଲେ ଗୋଛା ଗ୍ରାମର ସୂର୍ଯ୍ୟ ନାରାୟଣ ମଲ୍ଲିକ ଓ ମିଥୁନ୍ ମଲ୍ଲିକ ସୂଚନା ଅନୁସାରେ ସେମାନେ ଗୋଛା ଅଭିମୁଖେ ଯାଉଥିବା ବେଳେ ବିଜୟ ନାରାୟଣ ସାବତ କୁ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ଏହି ତିନି ଜଣ ଯାକ ଆହତ ହୋଇଥିଲେ।ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ଆହତଙ୍କୁ ଚ଼ିିକିତ୍ସା ନିମନ୍ତେ ୧୦୮ ଯୋଗେ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିବା ଖବର ମିଳିଛି ।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *