ପୋଲ ତଳକୁ ବାଇକ ଖସି ୩ ଗୁରୁତର
-କାମାକ୍ଷାନଗର କଙ୍କଡ଼ାହାଡ଼ ରାସ୍ତାର ଉର୍ବେଙ୍ଗୀ ନାଳ ପୋଲରୁ ବାଇକ ଖସି ପଡିବାରୁ ୩ ଜଣ ଗୁରୁତର ଭାବେ ଆହତ ହୋଇ ପଡିଛନ୍ତି l ଖବରପାଇ ଅଗ୍ନିଶମ ବାହିନୀ ଭଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ମାନଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରୀଡମାଳି ଗ୍ରାମର ବାବୁଲା ମୁଣ୍ଡା,କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଶଶାପଶି ଗ୍ରାମର ବାଇକ ପୂର୍ତ୍ତି, ପାଲଲହଡା ଥାନା ଅନ୍ତର୍ଗତ ଶିମିଳିପାଳ ଗ୍ରାମର ତାକୁଲୁ ପଧାନ କଙ୍କଡ଼ାହାଡ଼ ରୁ ଜିରୀଡମାଳି ଏକ ବାଇକ ରେ ଫେରୁଥିଲେ l ଫେରିବା ସମୟରେ ଉର୍ବେଙ୍ଗୀ ନାଳ ଉପରେ ଥିବା ପୋଲ ରେ ଭରସାମ୍ୟ ହରାଇ ବାଇକ ତି ପୋଲ ତଳକୁ ଖସି ପଡିଥିଲା l ପଛରେ ଅସୁଥିବା କେତେକ ପଥଚାରୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ଉପଖଣ୍ଡ ଚିକିତ୍ସାଳୟ ରେ ଅବସ୍ଥା ସଂକଟପର୍ଣ୍ଣ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l
