ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଆରୋହୀ ଗୁରୁତର

କୋଣାର୍କ – କୋଣାର୍କ ଗୋପ ମୁଖ୍ୟରାସ୍ତା ବଗଳେଇ ଛକ ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ କର୍ମଚାରୀ ଙ୍କ ଦ୍ଵାରା ମେଡ଼ିକାଲରେ ଭର୍ତି ହୋଇଥିବା ସୁଚନା ମିଳିଛି।ଚନ୍ଦ୍ରଭାଗାରୁ ମାଛ ଧରି ଗୋଟିଏ ହିରୋହୋଣ୍ଡା ଗ୍ଲାମର( ଓଆର ୦୨ ବିଡି ୩୯୭୨) ଗାଡ଼ିରେ ଘରକୁ ଯାଉଥିଲେ। ଭାରସ୍ୟାମ ହରାଇ ପଡିଯାଇଥିଲେ। ଯାହା ଫଳରେ ସେଠାରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ। ଖବର ପାଇ ଘଟଣାସ୍ଥଳରେ ଚମ୍ପାହର ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କରି ଗୋପ ମେଡ଼ିକାଲରେ ଭର୍ତି କରିଥିଲେ। ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ବାଇକ୍ ଆରୋହୀ ଜଣଙ୍କ ହେଉଛନ୍ତି ବାଲିପାଟଣା ଅଞ୍ଚଳର ବଦଳା ପଚିଶିଖଣ୍ଡ ଗ୍ରାମର ଅଶୋକ ନାୟକ(୬୦) ବୋଲି ଜଣା ପଡିଛି। ଘଟଣା ସ୍ଥଳରେ କୋଣାର୍କ ପୋଲିସ୍ ପହଞ୍ଚି ବାଇକ ଜବତ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *