ବାଇକ୍ କାର୍ ମୁହାଁ ମୁହିଁ ଧକ୍କା, ଦୁଇ ଗୁରୁତର

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପିପଳପଙ୍କା ଠାରେ ବାଇକ୍ କାର ମୁହାଁ ମୁହିଁ ଧକ୍କା, ଦୁଇ ଗୁରୁତର । ଗୁରୁତର ମାନେ ହେଲେ ସୋରଡ଼ା ପାଇକ ସାହିର ଚନ୍ଦନ ଗୌଡ଼, ଆଲୋକ ସାହୁ । ସୂଚନା ମୁତାବକ ଚନ୍ଦନ ଓ ଆଲୋକ ଉଭୟ ସବୁଦିନ ଭଳି ନିଜ କାମରେ ଗୋଛା ଯାଇ ସୋରଡ଼ା ଫେରୁଥିବା ବେଳେ ବିପରୀତ ଦିଗରୁ ଏକ କର ତାଙ୍କୁ ସାମ୍ନା ପଟୁ ଆସି ଜୋରସେ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକ ମାନେ ସୋରଡ଼ା ଅଗ୍ନିଶମ ବିଭାଗ ଓ ଥାନା କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଙ୍କୁ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ କିନ୍ତୁ ଚନ୍ଦନ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ 108 ଯୋଗେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଉଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଅଧିକା ତଦନ୍ତ କରୁଛି ।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *