ହିନ୍ଦୁ ସୁରକ୍ଷା ମଞ୍ଚର ବାଇକ୍ ରାଲି,
ହିନ୍ଦୁ ସୁରକ୍ଷା ମଞ୍ଚର ବାଇକ୍ ରାଲି, ସ୍ମାରକପତ୍ର ପ୍ରଦାନବ୍ରହ୍ମପୁର:-୦୫/୧୨ ବାଂଲାଦେଶରେ ହିନ୍ଦୁମାନଙ୍କୁ ବାରମ୍ବାର ଅତ୍ୟାଚାର, ସେମାନଙ୍କ ପ୍ରତି ଅନ୍ୟାୟ, ମାଆ ଓ ଭଉଣୀଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ କରିଛି ହିନ୍ଦୁ ସୁରକ୍ଷା ମଞ୍ଚ। ଗୁରୁବାର ପୂର୍ବାହ୍ନରେ ବ୍ରହ୍ମପୁର ଠାରେ ବାଇକ୍ ରାଲି ଓ ଗଣବିକ୍ଷୋଭ ପ୍ରଦର୍ଶନ ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରାମଲିଙ୍ଗମ୍ ଟ୍ୟାଙ୍କ୍ ରୋଡ୍ରୁ ସହସ୍ରାଧିକ ବ୍ୟକ୍ତିଙ୍କ ବାଇକ୍ ରାଲି ବାହାରିଥିଲା। ଠାକୁରାଣୀ ମନ୍ଦିର, ସାନବଜାର, କର୍ପୋରେସନ୍ ରୋଡ, ଗେଜାର, ସୁବାରାଓ ଛକ ହୋଇ ଦକ୍ଷିଣାଞ୍ଚଳ ଆର୍ଡିସିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହାର ନକଲ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ପ୍ରେରଣ କରାଯାଇଥିଲା।ହିନ୍ଦୁ ସୁରକ୍ଷା ମଞ୍ଚ ସଂଯୋଜକ ବି.ଶ୍ରୀନିବାସ ଆଚାରୀ, ସହସଂଯୋଜକ ଅର୍ଜୁନ ବେହେରା, ଶିକ୍ଷାବିତ୍ ଡ. ଭଗବାନ ତ୍ରିପାଠୀ, ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ଅଶୋକ ପାଳ, ରମାକାନ୍ତ ରଥ, ଟୁଟୁନ ପାତ୍ର, ଆର୍ଏସ୍ଏସ୍ ସମେତ ବିଭିନ୍ନ ହିନ୍ଦୁ ସଙ୍ଗଠନରୁ ବିଜୟ ସାମଲ, ମନୋରଞ୍ଜନ ପ୍ରଧାନ, ରଶ୍ମିରଞ୍ଜନ ମହାକୁଡ଼, ପ୍ରହଲ୍ଲାଦ ପାଣିଗ୍ରାହୀ, ମାଧବ ନାୟକ, ମନୋଜ ଚୌଧୁରୀ, ସୁରେଶ ବିଶୋୟୀ, ଶ୍ରୀକାନ୍ତ ପାଢୀ ଯୋଗ ଦେଇଥିଲେ। ଅର୍ଯ୍ୟ ସମାଜ, ଚିନ୍ମୟ ମିଶନ୍, ଗାୟତ୍ରୀ ପରିବାରର ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ । ସ୍ମାରକପତ୍ର ପ୍ରଦାନ ବେଳେ ସାଧୁସନ୍ଥଙ୍କ ମଧ୍ୟରୁ ମହେନ୍ଦ୍ରଗିରିର ଭାସ୍କର ଚିତ୍ର, ଲକ୍ଷ୍ମୀ ବାବା, ଅଞ୍ଛଳନନ୍ଦ ଗିରି ଉପସ୍ଥିତ ଥିଲେ।
