ଟିପର ଧକ୍କାରେ ବାଇକ ଆରୋହି ମୃତ
-କାମାକ୍ଷାନଗର ଥାନା ଜିରିଡ଼ାମାଳି ୫୩ ନଂ ଜାତୀୟ ରାଜପଥ ବାଇପାସ ନିକଟରେ ଟିପର ଧକ୍କାରେ ବାଇକ ଆରୋହି ମୃତ୍ୟୁ।ମୃତକ ହେଲେ ପର୍ଜଙ୍ଗ ଥାନା ବଡଝରା ଗ୍ରାମର ଟିଟନ ଜେନା। ସୂଚନା ମୁତିବକ ଗୋଟିଏ ବାଇକରେ ଟିଟନଙ୍କ ସମେତ ଅନ୍ୟ ଦୁଇ ଜଣ ଏକ ସୁଧଘରର ବାର୍ତ୍ତା ଦେବାକୁ ଭୁବନ ବ୍ଲକ ମାର୍ଥାପୂର ଗ୍ରାମକୁ ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ଟିପର ତାଙ୍କୁ ଧକ୍କାଦେଇଥିଲା। ଫଳରେ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡିରହିଥିଲେ। ଟିପର ଚାଳକ ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଓ ଅଗ୍ନୀଶମ ବାହିନୀ ଦ୍ବାରା ଉଧାର କରାଯାଇ ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଟିଟନକୁ ମୃତ ଘୋଷଣା କରିଥିଲେ।ତାଙ୍କ ସାଥିରେ ଥିବା ଅନ୍ୟ ଦୁଇଜଣ ସୁରକ୍ଷିତ ଥିବା ଜଣାପଡିଛି।ତେବେ ଏହି ଘଟଣାକୁ ନେଇ ଘଟଣା ସ୍ଥଳରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖାଦେଇଥିଲା। ଫଳରେ ସେହି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ନୂତନ ଭାବେ ରାସ୍ତା ନିର୍ମାଣ ହେବା ପରଠାରୁ ଏହିଠାରେ ଦୂର୍ଘଟଣା ବୃଦ୍ଧି ପାଉଛି। ସ୍ଥାନୀୟ ଲୋକଙ୍କ ଦାବି ହେଉଛି ଏଠାରେ ଓଭରବ୍ରିଜ କିମ୍ବା ଟ୍ରାଫିକ ପୋଷ୍ଟ ରହିବା ପାଇଁ ଦାବି କରିଥିଲେ। ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର, ଥାନା ଅଧିକାରି ପହଞ୍ଚି ଲୋକଙ୍କୁ ବୁଝାସୁଝା କଥିବା ପରେ ରାସ୍ତା ରୋକ ହଟିଥିଲା। ଏବଂ ଯାତାୟାତ ସ୍ବଭାବିକ ହୋଇଥିଲା।
Prakash Kumar Patra reporter
