ବିଦ୍ୟୁତ୍ ତାର ଲାଗି ବାଇକ ଆରୋହୀଙ୍କ କଟିଲା ବେକ

ବିଦ୍ୟୁତ୍ ତାର ଲାଗି ଜଣେ ବାଇକ ଆରୋହୀଙ୍କ ବେକ କଟି ଘଟଣା ସ୍ଥଳରେ ବାଇକ ଆରୋହି ମୃତ | ଘଟଣା ଘଟିଛି କୋଣାର୍କ ଚନ୍ଦ୍ରଭାଗା ରାସ୍ତାର ହେଲିପ୍ୟାଡ ଛକ ନିକଟ ବନ ବିଭାଗ ଚାରା କେନ୍ଦ୍ର ଠାରେ। ମୃତ ବ୍ୟକ୍ତି କରମଙ୍ଗା ଗାଁର ଭାସ୍କର ବେହେରା ଚନ୍ଦ୍ରଭାଗା ଯାଉଥିବା ବେଳେ ଏଭଳି ଘଟଣା ଘଟିଛି | ପୂର୍ବରୁ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ରାସ୍ତାରେ ଓହଳି ଥିଲା ତାର, ଘଟଣା ସ୍ଥଳରେ ଉତେଜନା ଲାଗିରହିଥିବା ବେଳେ କୋଣାର୍କ ପୋଲିସ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି।

ଚନ୍ଦ୍ରଭାଗା ୬ ଲେନେ ରାସ୍ତା ଉପରେ ଥିବା ଇଲେକ୍ଟ୍ରି ଖୁଣ୍ଟି କୁ ଭୋର ରୁ ଏକ ହାଇୱା ଟ୍ରକ ପିଟିବାରୁ ଭାଙ୍ଗି ଯାଇ ମୁଖ୍ୟ ରାସ୍ତା ଉପରେ ଇଲେକ୍ଟ୍ରି ୩୩ କେଭି ର ତାର ପଡି ଝୁଲି ରହିଥିବା ବେଳେ , ପଛରୁ ନିଜ ମଟରସାଇକେଲ ରେ ଆସୁଥିବା ଚନ୍ଦ୍ରଭଗା ବଜାର କମିଟିର ସଭାପତି ଭାସ୍କର ବେହେରା ଅନ୍ଧାର କୁ ନେଇ ଉକ୍ତ ତାର ସଂସ୍ପର୍ଶ ରେ ଆସି ବେକରେ ଲାଗିଯିବାରୁ ବେକ କାଟି ଘଟଣା ସ୍ଥଳରେ ତଙ୍କର ମୁତ୍ଯୁ ହୋଇ ଯାଇଛି । ଖବର ପାଇ ଚନ୍ଦ୍ରଭାଗା ସମେତ ବିଭିନ୍ନ ଅଞ୍ଚଳର ଶତାଧିକ ଲୋକ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ବିଭାଗ ଓ ଜାତୀୟ ରାଜପଥ ବିଭାଗ ର ବେଆଇନି ଭାବେ ମୁଖ୍ୟ ରାସ୍ତା ଉପରେ ୩୩ କେଭି ଲାଇନି ଥିବା ଖୁଣ୍ଟ ରହିବା ବାରମ୍ବାର ଅଭିଯୋଗ ପରେ ଏହାକୁ ସ୍ଥାନତ୍ରିତ କରାଯାଇ ନଥିଲା , ଫଳରେ ଅଧିକାରୀ ଙ୍କ ଅବହେଳା ପାଇଁ ଜଣ ଙ୍କ ମୂଲ୍ୟବାନ ଜୀବନ ଅଯଥାରେ ଚାଲିଯିବାକୁ ନେଇ ନ ରାସ୍ତା ଉପରେ ବସି ନିଆଁ ଜାଳି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ। ଘଟଣା ସ୍ଥଳରେ ନିମାପଡ଼ା ଏସ ଡି ପି ଓ, କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗା ଥାନା ଅଧିକାରୀ ମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ।

Leave a Reply

Your email address will not be published. Required fields are marked *