ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ.

ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ.

ବଡ଼ଚଣା :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡୀ ତଳ ପଞ୍ଚାୟତର ତେଲି ଗଡ ଠାରେ ଜନଜାତିୟ ଗୌରବ ଦିବସରେ ଭଗବାନ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ ପାଳିତ ହୋଇ ଯାଇଛି,। ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଅମର କୁମାର ନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଭଗବାନ ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।ସମିଆ, ରାଇଝର,ମହାଖଳା ଓ ଚଣ୍ଡିଖୋଲ ଆବାସିକ ବିଦ୍ୟାଳୟର ଛାତ୍ରୀ ମାନେ ସ୍ଵାଗତ ନୃତ୍ୟ ପରିବେଷଣ କରିଥିଲେ।ମାନ୍ୟବର ବିଧାୟକଙ୍କ କରକମଳରେ ମୋ ଜଙ୍ଗଲ ଜମି ଯୋଜନା ରେ ୬୨ ଜଣ ହିତାଧିକାରୀ ମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା।ଦର୍ପଣ ତହସିଲର ମାନସ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଜମି ପଟ୍ଟା ବଣ୍ଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ,ବ୍ଲକ ଅଧ୍ୟକ୍ଷା ମିନତି ସେନାପତି,,ଉପାଧ୍ୟକ୍ଷ ବିଭାସ୍ ଚନ୍ଦ୍ର ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚିନ୍ଦ୍ର ନାୟକ,ସରପଂଚ ରଞ୍ଜନ କୁମାର୍ ଦାସ, ପ୍ରମୋଦ ଜେନା,ମଧୁସୂଦନ ବଳ,ମଣ୍ଡଳ ସଭାପତି ବିମଳ କୁମାର୍ ପ୍ରଧାନ,ସରପଂଚ ନବଦୀପ ନାୟକ,ସରପଂଚ ବିଶ୍ଵ ବିଜୟୀ ବ୍ରହ୍ମ,ସରପଂଚ ବେଣୁଧର ବିଶ୍ଵାଳ,ଜଗମୋହନ ହେମ୍ବ୍ରମ,ସୁନା ରାମ ସୋରେନ, ସରପଂଚ ପ୍ରତିନିଧି ଗଙ୍ଗାଧର ଦାସ ,ରେବତୀ ଭୋଇ,ଶାନ୍ତି ହାସଦା, ତୃପ୍ତି ରଞ୍ଜନ ଦାସ,ଲଲାଟେନ୍ଦୁ ମହାପାତ୍ର,ଡବ୍ଲୁ ଇଓ ଦେବସ୍ମିତା ସାମଲ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଯୋଗେଶ ମୁର୍ମୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମକୁ ତୃପ୍ତିର ରଞନ ଦାଶ,ବିପିନ ବେହେରା,ରାମ ଚନ୍ଦ୍ର ଜେନା,ଓକିଲ ମୁର୍ମୁ,ଭିମ ମୁର୍ମୁ, ସନାତନ ନାୟକ ପ୍ରମୁଖ ସଂଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *