ବିର୍ସା ମୁଣ୍ଡା ଙ୍କ ୧୫୦ତମ ଜନ୍ମ ଜୟନ୍ତୀପାଳିତ

ଧର୍ମଶାଳା– ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘପକ୍ଷରୁ ବିର୍ସା ମୁଣ୍ଡା ଙ୍କ ୧ ୫0 ତମ ଜନ୍ମ ଜୟନ୍ତୀ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମୁକୁନ୍ଦ ପାତ୍ର ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏଥିରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଯାଜପୁର ଜିଲ୍ଲା ସେବା ପ୍ରମୁଖ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ସତ୍ୟ ରଂଜନ ନାଏକ, ହୁର୍ଷିକେଶ ମହାରଣା, ଗିରିଗାରିମା ମହାନ୍ତି, ଧୃବ ଚରଣ ରାଉତ, ବାବୁଲି ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଡ଼ିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ କବିତା ବିଶ୍ବାଳ ମୁଖ୍ୟ ଅତିଥି ଓ ଶ୍ରୀ ରମେଶ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିର୍ସା ମୁଣ୍ଡା ଙ୍କ ସମାଜ ଧର୍ମ, ସଂସ୍କୃତି, ଓ ବନବାସୀ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ବଳିଦାନ ଉପରେ ମାର୍ଗ ଦର୍ଶନ କରି ଥିଲେ।

ତାଙ୍କର ଯୁବା ବୟସରେ ସମଗ୍ର ଆଦିବାସୀ ବହୁଳ ଅଂଚଳକୁ ଏକଜୁଟ କରି ବିଦେଶୀ ଶାସନ କୁ ତୀବ୍ର ବିରୋଧ କରାଇ ବାରେ ସେ ପ୍ରାଣ ପଣେ ଜୀବନକୁ ସମର୍ପିତ କରି ଶେଷରେ ସେ ଭଗବାନ ବିର୍ସା ମୁଣ୍ଡା ନାମରେ ସମଗ୍ର ଜାତି ରେ ଆଜି ଅମର ହୋଇଗଲେ। ଜଳ ଜମି ଓ ପାଣି ଏ ତିନି ଥିଲା ଜନ୍ମଭୂମି ଆମ ମାଟି ମାଆ ର ତା ସନ୍ତାନ ପାଇଁ ଅବଦାନ। ଏହା ଉପରେ ବ୍ରିଟିଶ ମାନଙ୍କ ର ଯୋଉ ଆକଟ କରିଥଲେ ତା ପାଇଁ ବିର୍ସା ମୁଣ୍ଡା ଙ୍କ ଦ୍ଵାରା ସମଗ୍ର ଆଦିବାସୀ ବହୁଳ ଅଂଚଳକୁ କୁ ନେଇ ପୁରା ଆନ୍ଦୋଳନ ବ୍ୟାପକ କରିଥିଲେ।

Leave a Reply

Your email address will not be published. Required fields are marked *