କଟଡି ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ ଦିବସ ପାଳନ

କନ୍ଧମାଳ, ଟିକାବାଲି ବ୍ଳକ ଗାର୍ଡିଙ୍ଗିଆ ପଞ୍ଚାୟତର କଟଡି ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଳନ ତଥା ଜନଜାତୀୟ ଗୌରବ ଦିବସ ଅବସରରେ ‘ ଆମେ ଜାଣିବା ଆମେ ଜିଣିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହିସଭା ଟିକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ ବେହେରା ଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସି ଆର ସିସି ଉମେଶ କୁମାର ଦିଗାଲ, ସମ୍ମାନିତ ଅତିଥି ଭାବେ ମାନେଶ୍ୱର ପ୍ରଧାନ , ସହକାରୀ ଶିକ୍ଷକ ସନତ କୁମାର ନାୟକ, ଲିଟୁ କୁମାର ବେହେରା, ସାମ୍ବାଦିକ ପୂର୍ବତନ ସରପଞ୍ଚ ସଂଗ୍ରାମ ସିଂହ ପ୍ରଧାନ, ବକ୍ତା ଭାବେ ଏସ ଏମ୍ ସି କମିଟି ସଭାପତି ଅଶୋକ ପ୍ରଧାନ, ୱାଡ ମେମ୍ବର ଅମ୍ବିକା ପ୍ରଧାନ ଉପସ୍ଥିତ ରହିଥିଲେ। ଏଥିରେ ପ୍ରଧାନ ଶିକ୍ଷକ ଅଭିଭାବକ ମାନଙ୍କୁ ଛାତ୍ରଛାତ୍ରୀ ମାନଙ୍କ ର ଆସୁଥିବା ସରକାରୀ ସୁବିଧା ଓ ବିଭିନ୍ନ ଯୋଜନା ଠିକ୍ ଭାବରେ ପାଇ ପାରୁଛନ୍ତି କି ନାହିଁ ସେହି ବିଷୟରେ ଅବଗତ କରାଇଥିଲେ । ଅନୁଷ୍ଠାନ ରେ ପିଲାଙ୍କ ଶୈକ୍ଷିକ ଅଗ୍ରଗତି ସହ କିଭଳି ଭାବରେ ସ୍କୁଲ ଅଧିକ ରୁ ଅଧିକ ଉନ୍ନତି ହୋଇପାରିବ ତାହାରି ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ କଟଡି, ଗିରୁଟି ତଥା ଅଭିଭାବକ ମାନେ ଉପସ୍ଥିତ ରହିଥିଲେ। ଶେଷରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରମାଣ ପତ୍ର ସହ କିଛି ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷକ ପରିଚାଳନା କରିବା ସହ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *