ଜନ୍ମଜୟନ୍ତୀ ପାଳିତ ଓ ନିଶାମୁକ୍ତି ସଚେତନତା ଯାତ୍ରା।
ଏରସମା ::ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଛି।ରବିବାର ପୂର୍ବାହ୍ନରେ ଏରସମା ସଚେତନ ନାଗରିକ ମଞ୍ଚ ପକ୍ଷରୁ,ଗାନ୍ଧୀ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ,ଅଞ୍ଚଳର ବୁଦ୍ଧିଜୀବି,ସାମାଜିକ କର୍ମୀ ଓ ମହିଳା ସଦସ୍ୟା ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ଏହି ଅବସରରେ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଯେଉଁ ନିଶାମୁକ୍ତ ଓଡ଼ିଶା ଲକ୍ଷଥିଲା,ତାଙ୍କର ପଦାଙ୍କ ଅନୁସରଣ କରି ସଚେତନ ନାଗରିକ ମଞ୍ଚ ପକ୍ଷରୁ,ଏରସମା ଅଞ୍ଚଳର ପ୍ରତି ଘରେ ଓ ପ୍ରତି ଗାଁରେ ନିଶା ମୁକ୍ତି ସଚେତନତା ସହିତ ନିଶା ମୁକ୍ତି ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଏଥିସହିତ ନିଶାମୁକ୍ତି କ୍ରମରେ ମୂଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା।ଏହି ଅବସରରେ ନିଶାମୁକ୍ତ ଏରସମା ଓ ନିଶାମୁକ୍ତ ଓଡ଼ିଶା ଶ୍ଳୋଗାନ ଦେଇ ଏକ ସଚେତନତା ଯାତ୍ରା କ୍ରମରେ,ଉପସ୍ଥିତ ବୁଦ୍ଧିଜୀବି ମାନେ ଏରସମା ବଜାର ଅଞ୍ଚଳ ପରିକ୍ରମା କରିଥିଲେ।କାର୍ଯ୍ୟ କ୍ରମରେ ମଞ୍ଚର ସଭାପତି ପ୍ରବୀର ପଣ୍ଡା, ସମ୍ପାଦକ ଜ୍ଞାନରଞ୍ଜନ ଦାସ,ନାରୀନେତ୍ରୀ ରୀନାବାଳା ସ୍ଵାଇଁ,ଅନୁପମା ସେଠି,ବିଚିତ୍ର ବିଶ୍ଵାଳ,ସୁଧାଂଶୁ ନାୟକ,ଶଶିଭୂଷଣ ସ୍ଵାଇଁ,ପ୍ରଦିପ୍ତ ରାମ,ରବି ଦାସ,ଅମ୍ବିକା ମହାନ୍ତି ଓ ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ।
