ବୌଦ୍ଧ ମାହେଶ୍ୱରୀ ଗୋଶାଳାରେ ପାଳିତ ହେଲା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାସ ବୋଷଙ୍କ ଜୟନ୍ତୀ ଉତ୍ସବ

ବୌଦ୍ଧ ମାହେଶ୍ୱରୀ ଗୋଶାଳାରେ ପାଳିତ ହେଲା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାସ ବୋଷଙ୍କ ଜୟନ୍ତୀ ଉତ୍ସବ ଓ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ପ୍ରସ୍ତୁତି ବୈଠକରେ ଯୋଗ ଦେଲେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ l ଗୋଶାଳା ଓ ଜରା ଆଶ୍ରମ ର ଭିତିଭୂମି ବିକାଶ ପାଇଁ ପ୍ରତିଶୃତି ଦେଲେ l ବୌଦ୍ଧ ତା ୨୩/୦୧/୨୦୨୫ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମରେ ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧ ଓ ମାହେଶ୍ୱରୀ ଗୋଶାଳା ମିଳିତ ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବ ଓ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇ ମାହେଶ୍ୱରୀ ଗୋଶାଳାକୁ ସବୁ ଦିନିଆ ରାସ୍ତା କରିବା ସହିତ ଭିତିଭୂମି ବିକାଶ ନିମନ୍ତେ ପ୍ରତିଶୃତି ଦେଇଥିଲl

ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ପ୍ରତାପ କୁମାର ରଥ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ଓ ଗୋମାତା ପୂଜନ ଉପରେ ପ୍ରସଙ୍ଗ ସହ ବକ୍ତବ୍ୟ ରଖିଥିଲେ। ସଂମ୍ମାନିତ ଅତିଥି ଭାବେ ମାହେଶ୍ୱରୀ ଗୋଶାଳାର ଉପଦେଷ୍ଟା ତଥା ପ୍ରାଉଷ୍ଟିଟ କେଦାରନାଥ ସାହୁ, ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର, ରାଧାନଗର ସରପଞ୍ଚ ଗଣେଶ ପ୍ରସାଦ ବେହେରା, ଶିକ୍ଷାବିତ ଶମ୍ଭୁ ଗିରି, ପରିବେଶବିତ ସ୍ୱରାଜ କୁମାର କଂହର,ଅନ୍ୟତମ ସଂମ୍ମାନିତ ଅତିଥି ଭାବେ ପରିବେଶବିତ ନୀଳାମ୍ବର ଖମାରୀ ଯୋଗଦେଇ ଗୋମାତାଙ୍କ ସେବା ପାଇଁ ତାଙ୍କର ଗୋଟିଏ ମାସର ଦରମା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେବା ସହିତ ସମସ୍ତଙ୍କୁ ଅନ୍ତତଃ ଗୋଟିଏ ଦିନର ଆୟ କୁ ଗୋ -ସେବା ପାଇଁ ଦାନ କରିବାକୁ ଅନୁରୋଧ କରିଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପlରିଦର୍ଶିତା ଲାଭ କରିଥିବା କୃତି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ସମର୍ଦ୍ଧିତ ପ୍ରତିଭା ମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର କଦଳିପାଳିର ସୁଦାମ ସୁନା, ବୌଦ୍ଧ କୁଣ୍ଢିପଦର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପରିବେଶବିତ ନୀଳାମ୍ବର ଖମାରୀଙ୍କୁ ସଦାନନ୍ଦ ମଲ୍ଲିକ ସ୍ମୃତି ସଂମ୍ମାନ, ବରଗଡ଼ ବରପାଳିର ଆକାଶବାଣୀ କଳାକାର ଓ ପରିବେଶବିତ ସ୍ୱରାଜ କୁମାର କଂହରଙ୍କୁ ଅଭିଜିତ ସ୍ମୃତି ସଂମ୍ମାନ ଓ ଶୁକଦେବ ପଣ୍ଡାଙ୍କୁ ସିଦ୍ଧାର୍ଥ ଶ୍ରୀ ସଂମ୍ମାନରେ ଉପଢୌକନ, ସ୍ମୃତି ଫର୍ଦ ଦେଇ ସଂମ୍ମାନିତ କରାଯାଇ ଥିଲା l

ଏହି ଅବସରରେ ମୃ୍ଷୁଣ୍ଢୀ ପଂଚାୟତ ରାମପାଳିର କୃଷ୍ଣଗୁରୁ ଦଳ ଯୋଗ ଦେଇ ଅଥିତି ସ୍ୱାଗତ ଓ ଶେଷରେ ତାଙ୍କର ଉଚ୍ଚ କୋଟିର ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମ ସିଦ୍ଧାର୍ଥ ସାହିତ୍ୟ ସଂସଦ ଆବାହକ ଅଭିନଵ ପଟ୍ଟନାୟକ ଅତିଥି ସ୍ୱାଗତ ସହିତ କାର୍ଯ୍ୟକ୍ରମକୁ ସୁ ପରିଚାଳନା କରିଥିବା ବେଳେ, ସମ୍ପାଦକ କୃତ୍ତିବାସ ପଲିଆ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ l ଶେଷରେ ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ ନିମନ୍ତେ ଗୋଶାଳା ପରିଚାଳନା କମିଟି ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଦ୍ୱିତୀୟ ଅଧିବେଶନରେ ଗୋଶାଳା ପରିଚାଳନା କମିଟି ବୈଠକ ସହିତ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଯାଇ ସମସ୍ତ ଜନ ସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା l ଏଥିରେ ବୌଦ୍ଧ ଜିଲ୍ଲା ଧାର୍ମିକ, ସାଂସ୍କୃତିକ ଓ କଳା ମହାସଂଘ ପ୍ରତିଷ୍ଠାତା ଅରୁଣ କୁମାର ମେଣ୍ଡିଲି, ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧ ଆବାହକ ଅଭିନଵ ପଟ୍ଟନାୟକ, ମାହେଶ୍ୱରୀ ଗୋଶାଳାର ଅଧକ୍ଷ ନିର୍ଗୁଣ ମହାକୁଡ଼, ସମ୍ପାଦକ କୃତ୍ତିବାସ ପଲିଆ, ପୃଷ୍ଠପୋଷକ ଭାଗ୍ୟଧର ମହାକୁଡ଼, ଉପାଧ୍ୟାକ୍ଷା ହୃଷିକେଶ ଖେତୀ, ସଦସ୍ୟ ସୁରୁବାବୁ ପାତ୍ର, ନନ୍ଦନ ଚୌଧୁରୀ,ଜ୍ୟୋତି ରଞ୍ଜନ ପ୍ରଧାନ,କେଳାକଟା ଗ୍ରାମ୍ୟ କମିଟି ସଭାପତି ମାନଭଞ୍ଜନ ପାତ୍ର,ଦନ୍ତାପାଳି ଗୌନ୍ତିଆ ସୁରେନ୍ଦ୍ର ପ୍ରଧାନ, ଚମ୍ପାପୁର ଗୌନ୍ତିଆ ଜଗନ୍ନାଥ ମେହେର, ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଶୁକଦେବ ପ୍ରଧାନ,ପାତ୍ର ଟେଣ୍ଟ ହାଉସ ମାଲିକ ସଦାନନ୍ଦ ପାତ୍ର, କୃଷ୍ଣଗୁରୁ ଦଳ ମୁଖ୍ୟ ଅକ୍ରୁର ବଘାର,ଆନନ୍ଦମାର୍ଗ ପ୍ରଚାରକ ସଙ୍ଘ ତଥା ପ୍ରାଉଟିଷ୍ଟ କେଦାରନାଥ ସାହୁ, ପରିବେଶବିତ ନୀଳାମ୍ବର ଖମାରୀ, ଅନ୍ୟତମ ପରିବେଶବିତ ସ୍ୱରାଜ କୁମାର କଂହର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଦୋଳ ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ସଂକଳ୍ପ ନେଇଥିଲେ l ଆସନ୍ତା କମ ଦିନ ମଧ୍ୟରେ ମହୋତ୍ସବର ଶୁଭ ସ୍ତମ୍ଭ ସ୍ଥାପନ କରିବା ପାଇଁ ସମ୍ପାଦକ ଶ୍ରୀ ପଲିଆ ସୂଚନା ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *