ମହାନ୍ ସଂଘ ପକ୍ଷ ରୁ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ

ମହାନ୍ ସଂଘ ପକ୍ଷ ରୁ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ।ବ୍ରହ୍ମପୁର ୨୭/୧୨ ପୂର୍ବତନ ପ୍ରଧାନମନ୍ତ୍ରୀ, ସୂ ସାହିତ୍ୟିକ, ଆଦର୍ଶ ରାଜ ନୀତିଞ, ନିଃସ୍ଵାର୍ଥପର ସରଳ ମଣିଷ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଆଦର୍ଶ ରେ ଯଦି ଯୁବ ସମାଜ କିଛି ମାତ୍ରାରେ ଅନୁପ୍ରାଣିତ ହୋଇ ପାରିବେ ନିଶ୍ଚିତ ଜଣେ ସୁ ନାଗରିକ ହୋଇ ପାରିବା ସହ, ଦେଶ ର ଅଗ୍ରଣି ନେତା ଭାବେ ସୁନାମ ଅର୍ଜନ କରିପାରିବେ।ବିଶେଷ କରି ଆଜିର ରାଜ ନେତା ମାନେ ତାଙ୍କ ଜନ୍ମ ଦିନରେ କେବଳ ଗୁଣ ଗାନ କରିଦେଲେ ହେବ ନାହିଁ ତାଙ୍କ ପରି ଦକ୍ଷ, ନିର୍ଭୀକ ସଚ୍ଚୋଟ ଦେଶ ପ୍ରେମୀ ହୋଇପାରିଲେ ଭାରତ ସୁନିଶ୍ଚିତ ବିଶ୍ୱ ର ଶକ୍ତିଶାଳୀ ରାଷ୍ଟ୍ର ହୋଇପାରିବ ବୋଲି ଗତ ରବିବାର ଦିନ ଜନ୍ମ ଜୟନ୍ତୀ ପାଳନ ଅବସରରେ ମହାନ୍ ସଂଘ ପକ୍ଷରୁ ଅନୁଷ୍ଠିତ ଉତ୍ସବ ଅବସରରେ ସଂଘ୍ ସଭାପତି ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରକାଶ ଵାଜାନି, ଅବସର ପ୍ରାପ୍ତ ପ୍ରସାଶନିକ ଅଧିକାରୀ ଶ୍ରୀ ପ୍ରଦୀପ ପଣ୍ଡା, ଶ୍ରୀ ସଞ୍ଜୟ ମାଝୀ, ,ଶ୍ରୀ ଅନିଲ କୁମାର ପାତ୍ର, ଶ୍ରୀକାନ୍ତ ସାବତ, ଆଦିତ୍ୟ ନାରାୟଣ ରଥ, ଚଳଚିତ୍ର ପ୍ରଯୋଜକ ତଥା ଅଭିନେତା ଶ୍ରୀ ଧିରେନ୍ ତ୍ରିପାଠୀ, ଶ୍ରୀମତି ନିବେଦିତା ପାଢ଼ୀ, ଶ୍ରୀମତି ପୁଷ୍ପାଞ୍ଜଳୀ ମହାପାତ୍ର, ଶ୍ରୀମତି ସାଧନା ପାଢ଼ୀ, ଶ୍ରୀ ତପନ ଜେ ପଣ୍ଡା, ନାରାୟଣ ମହାକୁଡ଼, ଶ୍ରୀ ହରିକୃଷ୍ଣ ମିଶ୍ର , ଶ୍ରୀ ଅଲେଖ ଦାସ, ଶ୍ରୀ ବିନୋଦ କୁମାର ସାବତ, ଶ୍ରୀମତି ସନୋଷିନୀ ଦେବୀ, ଶ୍ରୀ ପ୍ରଦୀପ କୁମାର ପ୍ରମୁଖ ଯୋଗଦେଇ ପୂର୍ବତନ ବିଚକ୍ଷଣ ପ୍ରଧାନ ମନ୍ତ୍ରୀ ଭାରତର ସୁପୁତ୍ର ଶ୍ରୀ ବାଜପେୟ ଙ୍କ ସ୍ମୃତି ଚାରଣ କରିଥିଲେ।ପ୍ରାରମ୍ଭ ରେ ଅଟଳ ଙ୍କ ଫୋଟୋ ଚିତ୍ରରେ ସଭାପତି ଶ୍ରୀ ସାବତ ପ୍ରଦୀପ ପ୍ରଜ୍ବଳନ କରିବା ସହ ସମସ୍ତେ ପୁଷ୍ପ ମଲ୍ୟ ଅର୍ପଣ କରିଥିଲେ। ଶେଷରେ ସଂଘ ର ବରିଷ୍ଟ ସଦସ୍ୟ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ଵ ଶ୍ରୀ ଗୋପାଳ ପଟ୍ଟନାୟକ ଶ୍ରୀ ବଜପେୟ ଙ୍କ ପ୍ରଧାନ ମନ୍ତ୍ରୀ ସମୟ ରେ ନଦୀ ସଂଯୋଜିକରଣ, ଜାତୀୟ ରାଜପଥ ପ୍ରଶସ୍ତିକରଣ ଓ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ର ସୂଚନା ଦେବାସହ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *