ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ଜୟନ୍ତୀ ପାଳିତ

Date-20/08/25*- ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଚର୍ଚ୍ଚିକା ବଜାର ନିକଟସ୍ଥ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନ ଠାରେ ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ନଟବର ବାରିକ, ବିପ୍ଳବ ଚୌଧୁରୀ, ମାନସ ରଥ, ମୁନା ଖାଁ, ବେଦଦ୍ୟୁତି ପୃଷ୍ଟି, ଅଭୟ କୁମାର ମହାନ୍ତି ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *