ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ ଜୟନ୍ତୀ ପାଳିତ

ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ ଜୟନ୍ତୀ ପାଳିତ।ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ସାହିତ୍ୟର ମହାନ କବି ଓ “ବନ୍ଦେ ଉତ୍କଳ ଜନନୀ”ର ଅମର ରଚୟିତା, ଭଦ୍ରକର ବୀରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମତିଥି ଉପଲକ୍ଷରେ ଆଜି ଭଦ୍ରକ ବାଇପାସ୍‌ ଛକରେ ସ୍ଥାପିତ ତାଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପମାଳ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ସଂସ୍କୃତି ବିଭାଗର ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ,ଉପ ଜିଲ୍ଲାପାଳ, ଡେପୁଟୀ କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ,ଅନ‍୍ୟ ବିଭାଗୀୟ ଅଧିକାରୀ ଓ ଉତ୍କଳ ସର୍ବୋଦୟ ମଣ୍ଡଳର ସଦସ୍ୟମାନକଂ ସହିତ ବିଭିନ୍ନ ସାହିତ୍ୟପ୍ରେମୀ ଓ ସାମାଜିକ କର୍ମୀମାନେ ଉପସ୍ଥିତ ରହି କାନ୍ତକବିଙ୍କ ପ୍ରତି ଶ୍ରଦ୍ଧା ସୂମନ ଅର୍ପଣ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତ୍ ରାଏ କହିଥିଲେ ଯେ, କାନ୍ତକବିଙ୍କ ଅମର ରଚନା “ବନ୍ଦେ ଉତ୍କଳ ଜନନୀ” ଓଡ଼ିଆ ଜାତିର ଅସ୍ମିତା, ଏକତା ଓ ଦେଶପ୍ରେମର ପ୍ରତୀକ। ତାଙ୍କ ଆଦର୍ଶକୁ ପାଥେୟ କରି ଯୁବପିଢ଼ିଙ୍କୁ ଦେଶ ଓ ରାଜ୍ୟ ସେବାରେ ନିଜକୁ ନିୟୋଜିତ କରିବାକୁ ସେ ଆହ୍ୱାନ ଜଣାଇଥିଲେ।ପରେ ଏକ ସ୍ମୃତିସଭା କାନ୍ତକବିକଂ ଗ୍ରାମ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ତାଳପଦାଠାରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଜିଲ୍ଲାପାଳ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମାଧିସ୍ଥଳରେ ପୁଷ୍ପମାଳ୍ୟାର୍ପଣ କରିଥିଲେ ଓ ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ କାନ୍ତକବିଙ୍କ ଜୀବନୀ ଓ ଆଦର୍ଶରୁ ପ୍ରେରିତ ହୋଇ ଦେଶର ନାମ ରକ୍ଷା କରିବା ପାଇଁ ବଦ୍ଧପରିକର ରହିବା ପାଇଁ କହିଥିଲେ। ବକ୍ତାମାନେ କାନ୍ତକବିଙ୍କ ସ୍ୱାଧୀନତା ସଂଗ୍ରାମରେ ଅବଦାନ, ସାହିତ୍ୟ ସାଧନା ଓ ଓଡ଼ିଆ ଅସ୍ମିତା ପାଇଁ ତାଙ୍କ ଅମୂଲ୍ୟ ତ୍ୟାଗକୁ ସ୍ମରଣ କରିଥିଲେ।

Leave a Reply

Your email address will not be published. Required fields are marked *