ରେଡକ୍ରସ ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଜନ୍ମ ଦିବସ
ରେଡକ୍ରସ ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଜନ୍ମ ଦିବସ ଅବସର ରେ ବିଶ୍ଵ ରେଡକ୍ରସ ଦିବସ ଏବଂ ରକ୍ତ ଦାନ ଶିବିର ଭାରତୀୟ ରେଡକ୍ରସ ସୋସାଇଟୀ ଏବଂ ଭଦ୍ରକ ଜିଲ୍ଲା ରେଡକ୍ରସ ଶାଖା ପ୍ରଶାସନ ପକ୍ଷ ରୁ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହ ରେ ଅନୁଷ୍ଟିତ ହୋଇଛି । ଏଥିରେ ଜିଲ୍ଲାପାଳ ତଥା ରେଡକ୍ରସ ର ଅଧ୍ୟକ୍ଷ ଦିଲୀପ ରାଉତରାଏ ଯୋଗ ଦେଇ ପତାକା ଉ ତ୍ତଳନ କରିଥିଲେ । ଏହି ସଭା ରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି , ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ,ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ,ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ,ମୁଖ୍ୟ ଚିକିସ୍ୟ।ଧିକାରୀ ଶ୍ରୀ ସୁଧାଂଶୁ ଶେଖର ବଳ,ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସାଗରିକା ସାହୁ ସହିତ ର ରେଡକ୍ରସ ର ଆଜୀବନ ସଦସ୍ୟ ମନୋରଂଜନ ଦାସ ,ରାଧା ରାଣୀ ମହାପ।ତ୍ର,ଚାରୁଲତା ମହାପ।ତ୍ର , ଶ୍ରୀ ନିବାସ ପତି , ଅତୀଶ ବେହେରା ଓ ଅନେକ ବୁଦ୍ଧି ଜୀବି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶାନ୍ତନୁ ମହାନ୍ତି ବାର୍ଷିକ ବିବରଣୀ ପଠନ କରିଥିଲେ। ଗତବର୍ଷ ୨୦୨୪-୨୫ ର ସମସ୍ତ ଆୟ ବ୍ୟୟ ର ହିସାବ ହୋଇଥିଲ।। ଏହି ଆର୍ଥିକ ବର୍ଷ ରେ ୧ କୋଟି ୫ ଲକ୍ଷ ୮୦ ହଜାର ୮୨୧ ଟଙ୍କା ରେଡକ୍ରସ ରେ ଆୟ ହୋଇଥିବା ବେଳେ ୫୧ ଲକ୍ଷ ୫୩ ହଜାର ୬୯୨ ଟଙ୍କା ରେଡକ୍ରସ ସହାୟତା ରେ ଖର୍ଛ ହୋଇଛି । ରେଡକ୍ରସ ର କ୍ରିୟାଶୀଳ ,ଗତିଶୀଳ ଅଧିକ ହେବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ । ଏହା ପରେ ରେଡକ୍ରସ ବିଭାଗ କୁ ସର୍ବାଧିକ ଆୟ ଯୋଗାଇଥିବା ଅଧିକାରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା ।।ଏହା ପରେ ଜିଲ୍ଲାପାଳ କାର୍ଯ୍ୟ।ଳୟ ର ସାଳନ୍ଦୀ ସଭାଗୃହ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହାକୁ ଜିଲ୍ଲ।ପାଳ ଉଦ୍ଘାଟନ କରିଥିଲେ। ଏଥିରେ ଜିଲ୍ଲ।ପାଳଙ୍କ ସହିତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭେନ୍ଦ୍ର ସାମଲ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସାଗରିକ। ସାହୁ ଓ ଅନ୍ୟାନ୍ୟ ସମାଜ ସେବକ ମ।ନେ ରକ୍ତଦାନ କରିଥିଲେ।
