ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳନ
ଆଜି ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳନ ଉପଲକ୍ଷେ ସାରା ଦେଶରେ ମା ପାଇଁ ଗଛ ଟିଏ(ଏକ ପେଡ ମା କେ ନାମ) କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ଆଜି ଯାଜପୁର ରୋଡ ଆଦର୍ଶ ଥାନା ଓ ପ୍ରେସ କ୍ଲବ, ଯାଜପୁର ରୋଡ ମିଳିତ ଆନୁକୁଲ୍ୟରେ ପୋଲିସ କଲୋନୀ କ୍ୟାମ୍ପସରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଯାଜପୁର ରୋଡ ଏସଡିପିଓ ଲକ୍ଷ୍ମୀଧର ସ୍ବାଇଁ। ଏହି କାର୍ଯ୍ୟକ୍ରମରେ ଯାଜପୁର ରୋଡ ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ। ଏଥିରେ ସ୍ଥାନୀୟ ପୋଲିସ ସହିତ ପ୍ରେସ କ୍ଲବ, ଯାଜପୁର ରୋଡର କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦେଇ ପୋଲିସ କଲୋନୀ କ୍ୟାମ୍ପସରେ ଗଛ ଲଗାଇଥିଲେ। ପ୍ରେସ କ୍ଲବ ସଭାପତି ସୁଜିତ୍ କୁମାର ମଲ୍ଲିକ ଯୋଗଦେଇ ସଚେତନତାର ବାର୍ତ୍ତା ଦେଇଥିଲେ। ପରିବେଶ ସନ୍ତୁଳନ ରକ୍ଷାକରିବା ଓ ଏହାର ସୁରକ୍ଷା ପାଇଁ ଆମ ସମସ୍ତଙ୍କର ନୈତିକ ଦାୟିତ୍ଵ ରହିଛି ବୋଲି କହିଥିଲେ। ସେପଟେ ଗ୍ଲୋବାଲ ୱାର୍ମିଂକୁ ରୋକିବା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଲୋକଙ୍କୁ ଅଧିକ ସଚେତନ କରଯିବା ଦରକାର ବୋଲି ଏସଡିପିଓ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି।
