ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ଦିନ ପାଇଁ ବାଣ୍ଟିଲେ ଚାରା
ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ୍ ବଡଗଡ ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ଵାବଧାନ ରେ ଆଜି ଆମ ଭାରତ ବର୍ଷର ଯଶଶ୍ଵି ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ଦିନ ଉପଲକ୍ଷେ ସବୁଜ ରଥ ର ଉଦ୍ଘାଟନ କରାଯିବା ସହ ଚାରା ବଣ୍ଟନ କରାଯାଇଥିଲା । ଚଳିତ ମାସ 17 ତାରିଖ ଦିନ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ 75 ତମ ଜନ୍ମ ଦିବସ ଏହି ଉପଲକ୍ଷେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ କ୍ରମେ ବଡଗଡ ବନଖଣ୍ଡ ଅଧୀନ ରେ ଥିବା 12 ଗୋଟି ପଞ୍ଚାୟତ ରେ ପ୍ରତ୍ୟେକ ପଞ୍ଚାୟତ କୁ 500 ଚାରା ଦିଆଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହ ବଡଗଡ ବନବିଭାଗ ଅଧିକାରୀ ଓ ବିଜେପି ର ବହୁ ବଳିଷ୍ଟ କର୍ମୀ ଉପସ୍ଥିତ ଥିଲେ ।
