ଜରାଶ୍ରମ ର ଆନ୍ତବାସୀଙ୍କ ଗହଣରେ ପ୍ରଭାତୀ ପରିଡା ଙ୍କ ଜନ୍ମ ଦିନ ପାଳିଲେ ଶିବପ୍ରସାଦ
ଜରାଶ୍ରମ ର ଆନ୍ତବାସୀଙ୍କ ଗହଣରେ ପ୍ରଭାତୀ ପରିଡା ଙ୍କ ଜନ୍ମ ଦିନ ପାଳିଲେ ଶିବପ୍ରସାଦ l ( ଉପ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନରେ ଜରାଶ୍ରାମ ର ଆନ୍ତବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ )
ଗୋପ :-୨୭/୦୧/୨୫( ) ସମଗ୍ର ଓଡିଶା ର ବହୁ ଚର୍ଚିତ ନିମାପଡା ନିର୍ବାଚନ ମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ତଥା ଓଡିଶା ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳିତ କଲେ ଶିବପ୍ରସାଦ l ପବିତ୍ର ସାଧାରଣତନ୍ତ୍ର ରେ ଶ୍ରୀମତୀ ପ୍ରଭାତୀ ପରିଡା 59 ତମ ଜନ୍ମଦିନ କୁ ଗୋପ ମଣ୍ଡଳ ର ଯୁବମୋର୍ଚା ର ସଭାପତି ଶିବପ୍ରସାଦ ସ୍ୱାଇଁ ପାଳିତ କରି ଏଵେ ବେଶ ଚର୍ଚାରେ…
ଗୋପ ନିକଟସ୍ତ କୁନ୍ଦୁରା ଠାରେ ଥିବା ନୀଳାନ୍ଦ୍ରିନିଳୟ ଵୃଦ୍ଧାଶ୍ରମ ଵା ଜରାଶ୍ରମ ରେ ଥିବା ଶତାଧିକ ମାନସିକ ବିକୃତ ବିକଳାଙ୍ଗ ଦିବ୍ୟାଗ ଵା ଅନ୍ତେବାସୀଙ୍କ ଗହଣରେ, ଶ୍ରୀମତୀ ପରିଡା ଙ୍କ ଉଜ୍ୱଳ ମୟ ଭବିଷ୍ୟତ ଓ ଦୀର୍ଘାୟୁ କାମନା କରି ଶିବ ପ୍ରସାଦ ଓ ତାଙ୍କ ସଥିଗଣ ଆନନ୍ଦ ଓ ଉଲ୍ଲାସ ର ସହିତ ପାଳିତ କରିଥିଲେ l ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ ଦେଖି ସମସ୍ତିଙ୍କ ପ୍ରଶଂସା ର ପାତ୍ର ହୋଇଛିନ୍ତି ଶିବ ପ୍ରସାଦ ଓ ତାଙ୍କ ସହଯୋଗୀ l ଶ୍ରୀମତୀ ପରିଡା ଙ୍କ ଜନ୍ମଦିନ ନିମାପଡା ନିର୍ବାଚନ ମଣ୍ଡଳୀର ବିଭିର୍ଣ୍ଣ ସ୍ଥାନରେ ଜନ୍ମଦିନ ପାଳିତ ହୋଇଛି ସତ କିନ୍ତୁ ଏଭଳି ଜନ୍ମଦିନ କୌଣସି ସ୍ଥାନରେ କେହିଁ ପାଳିତ କରିନଥିବାରୁ ଆଜି ସମଗ୍ର ଅଞ୍ଚଳ ଶିବପ୍ରସାଦ ଙ୍କୁ ବେଶ ଆନନ୍ଦିତ ଅଞ୍ଚଳ ବାସୀ l l ଶିବପ୍ରସାଦ ଙ୍କ ଦଳ କୁ ସଂଗଠିତ କରିବା ପାଇଁ ଅନେକ ତ୍ୟାଗ ସହିତ ଆକ୍ରୋଶ ର ଶିକାର ହୋଇଥିଲେ ଯାହାଫପରେ ଶ୍ରୀମତୀ ପରିଡା ଙ୍କ ସବୁଠୁ ପ୍ରିୟପାତ୍ର ହେଉଛି ଗୋପ ମଣ୍ଡଳୀର ଯୁବମୋର୍ଚା ର ସଭାପତି ଶିବପ୍ରସାଦ ସ୍ୱାଇଁ l ଗୋପ ଅଞ୍ଚଳ ରେ ପୂର୍ବରୁ ଅନେକ କାର୍ଯ୍ୟ କରି ଚର୍ଚ୍ଚା ଆସିଛନ୍ତି ଶିବପ୍ରସାଦ l
