ମଙ୍ଗଳା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ସମାରୋହ

କାକଟପୁର, ୧୪/୦୪: କାକଟପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମଙ୍ଗଳା ସାହିତ୍ୟ ସଂସଦ ପକ୍ଷରୁ ପବିତ୍ର ଓଡ଼ିଆ ନବବର୍ଷ, ମହାବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ରାମକୃଷ୍ଣ ଶିଶୁ ମନ୍ଦିର ପରିସରରେ ୧୭ତମ ବାର୍ଷିକ ଉତ୍ସବ ତଥା ବିଷୁବ ବନ୍ଧୁମିଳନ ସମାରୋହ ସହିତ ସାହିତ୍ୟ ଆଲୋଚନା ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କବି ତ୍ରିଲୋଚନ ବିଶ୍ବାଳ ଓ କବୟିତ୍ରୀ ଦୀପ୍ତି କୁମାରୀ ମହାନ୍ତିଙ୍କ ସଂଯୋଜନାରେ କବିତା ପାଠଚକ୍ର ଆୟୋଜିତ ହୋଇଥିଲା। ବିଭିନ୍ନ ସ୍ଥାନରୁ ଆସିଥିବା ୨୦ରୁ ଊର୍ଦ୍ଧ୍ଵ କବି ଓ କବୟିତ୍ରୀ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ପରେ ପରେ ଦ୍ଵିତୀୟ ସୋପାନରେ ମଙ୍ଗଳା ସାହିତ୍ୟ ସଂସଦ ସଭାପତି ସ୍ବପ୍ଲେଶ୍ଵର ସାହୁଙ୍କ ସଭାପତିତ୍ୱରେ ସାହିତ୍ୟ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ସମାଜସେବୀ ଜ୍ଞାନ ରଞ୍ଜନ ସାହୁ, ପ୍ରଶାସକ ତଥା ସାହିତ୍ୟିକ ପ୍ରଭାତ କୁମାର ତରାଇ ଓ ହାସ୍ୟକୁମୁଦ ସମ୍ପଦ ରଥ ପ୍ରମୁଖ ଯୋଗଦେଇ ମହାବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଉପରେ ଆଲୋକପାତ କରିଥିଲେ । ସାହିତ୍ୟିକ ଓ ଆଧ୍ୟାତ୍ମିକ ପରମ୍ପରା ଅତୁଟ ରହୁ ବୋଲି ସାହିତ୍ୟିକମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ କବି ଓ କବୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *