ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ,
ଏବିଭିପି, ଭଦ୍ରକ ପକ୍ଷରୁ ସ୍ୱାଭିମାନ ଶୋଭାଯାତ୍ରା

ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଜନଜାତି ସମାଜର ଜନ ନାୟକ, ଭାରତର ଗର୍ବ ଓ ଗୌରବ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ତଥା ଜନଜାତି ଗୌରବ ଦିବସ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭଦ୍ରକ ପକ୍ଷରୁ ଶତାଧିକ ଛାତ୍ର ଛାତ୍ରୀଙ୍କୁ ନେଇ ସ୍ୱାଭିମାନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାଟି ଭଦ୍ରକ କଲେଜ ପରିସରରୁ ବାହାରି ଟାଉନ ହଲ ଛକରେ ଶେଷ ହୋଇଥିଲା। ବିଦ୍ୟାର୍ଥୀ ମାନେ ଭାରତ ମାତା କୀ ଜୟ, ବନ୍ଦେ ମାତରଂ, ଭଗଵାନ ବିର୍ସା ମୁଣ୍ଡା ଅମର ରହେ, ଜନଜାତି ଗୌରବ ଦିବସ ଜିନ୍ଦାବାଦ ଆଦି ସ୍ଲୋଗାନ ଦେଇଥିଲେ। ଜିଲ୍ଲା ସଂଯୋଜକ ଓଁକାର ମହାନ୍ତିଙ୍କ ଉପସ୍ଥିତିରେ ଛାତ୍ର ନେତା ଶୁଭମ୍ ପାଢ଼ୀ, ଏହାର ନେତୃତ୍ବ ନେଇଥିଲେ। ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଯଥା ପାଠ୍ୟ ଚକ୍ର, ରକ୍ତଦାନ, ବୃକ୍ଷ ରୋପଣ, ସ୍ୱଚ୍ଛ ଭାରତ ଅଭିଯାନ, ବସ୍ତି ଅଞ୍ଚଳର ଆଲୋଚନା ଚକ୍ର, ତର୍କ ଓ କୁଇଜ୍ ପ୍ରତିଯୋଗିତା ଆଦି କରାଯିବ ବୋଲି ଜିଲ୍ଲା ସହ ପ୍ରମୁଖ ଜ୍ୟୋତି ପ୍ରକାଶ ସାହୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *